Type Here to Get Search Results !

ଖୋଲାଖୋଲି ଚାଲିଛି ନିଶା କାରବାର, ଜନତା କଲେ ଅଭିଯୋଗ

 


ଝାରସୁଗୁଡ଼ା :-

ଶିଳ୍ପ ସମୃଦ୍ଧ ଜିଲ୍ଲା ଝାରସୁଗୁଡ଼ା ରେ ଖୋଲାଖୋଲି ଚାଲିଛି ବେଆଇନ ନିଶା କାରବାର। ଡ୍ରଗ, ଗଞ୍ଜେଇ, ଟାବଲେଟ ଭଳି ଅନେକ ନିଶାରେ ଏବେ ଝାରସୁଗୁଡ଼ା ନିଶାଗ୍ରସ୍ତ ହୋଇ ପଡ଼ିଛି। ନିଶା ବ୍ୟବସାୟୀ ଙ୍କ ମୁଖ୍ୟ ଟାର୍ଗେଟ ରେ ଯୁବ ସମାଜ ଓ ସ୍କୁଲ କଲେଜ ର ଛାତ୍ରଛାତ୍ରୀ। ଅବାଧରେ ଚାଲିଥିବା ଏହି କାରବାର ବିଶେଷ କରି ମିଶ୍ର ଟକିଜ୍ ଓ ଡେଲି ମାର୍କେଟ ରେ ଖୁଲମ୍ ଖୋଲା ଚାଲିଥିବା ବେଳେ ସହର ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ନିଶା ପାଇଁ ସହର ତଥା ସହର ବାହାରୁ ଆସି ଯୁଟୁଛନ୍ତି ଗ୍ରାହକ। ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲେ ଏହି ସ୍ଥାନ ମାନଙ୍କରେ ଅବାଧ ନିଶା ବ୍ୟବସାୟ। 



ଏନେଇ ଆଜି ବିଭିନ୍ନ ସଂଗଠନ, ସହରର ବୁଦ୍ଧିଜୀବୀ ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ଏଭଳି ବ୍ୟବସାୟ କୁ ବନ୍ଦ କରିବା ସହ ନିଶା ବ୍ୟବସାୟ ରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରଖିଛନ୍ତି। ଆଗକୁ ଦେଖିବାକୁ ବାକି ରହିଲା ପୋଲିସ ଏ ଦିଗରେ କିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.