ଚାନ୍ଦବାଲି :-
ଚାନ୍ଦବାଲି ବ୍ଲକ ଚରଦିଆ ଗ୍ରାମ ରେ ଦେଖିବାକୁ ମିଳିଛି ଆଉ ଏକ ପ୍ରେମ ସେକ୍ସ ଧୋକାର କରୁଣ ପରିଣତି। ଚାନ୍ଦବାଲି ଅଞ୍ଚଳ ଚରଦିଆ ଗ୍ରାମ ର ଯୁବକ ଅନଲାଇନ ଜିତୁ ଓରଫ (ଜିତେନ୍ଦ୍ର ମହାଳିକ) ଏକ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବତୀଙ୍କ ଘର ବଲାଙ୍ଗିର ଅଞ୍ଚଳ ର ବୋଲି ଜଣାପଡ଼ିଛି । ପ୍ରଥମେ ଅନଲାଇନ ରୁ ପ୍ରେମ ଓ ପରେ ଅଫଲାଇନ ରେ ରାଜଧାନୀରେ ରେ ଭେଟ ଓ ତାପରେ ଉଭୟଙ୍କ ମଧ୍ୟରେ ପ୍ରେମର ଆଦାନ ପ୍ରଦାନ ।
କିଛିଦିନ ପରେ ଯୁବକ ଜଣଙ୍କ ଅତି ଚତୁରତାର ସହ ଯୁବତୀ ଙ୍କୁ ପ୍ରେମରେ ଧୋକା ଦେଇ ଖସି ପଳେଇ ଆସି ମୋବାଇଲ ନମ୍ବର କୁ ବ୍ଲାକ ଲିଷ୍ଟିରେ ପକେଇବା ଓ ମୋବାଇଲ ସୁଇଚ୍ ଅଫ କରିବା ସହ ଯୁବତୀ ଜଣଙ୍କୁ ବ୍ଲାକ ମେଲିଙ୍ଗ୍ କରିବା ଆରମ୍ଭ କରିଦେଇଥିଲେ ବ୍ଲାକ ମେଲିଙ୍ଗ କରି ଟଙ୍କା ଆଦାୟ କରିବାର ଏକ ନୂଆ ଉପାୟ ଆରମ୍ଭ କରିଦେଇଛନ୍ତି । ଏହି ପ୍ରେମ ଏବେ ଦାଣ୍ଡ ରେ ପଡି ହାଟରେ ଗଡିଲାଣି । ଯୁବତୀ ଜଣକ ନ୍ଯାୟ ଆଶାରେ ପ୍ରଥମେ ସମ୍ବଲପୁର ପୋଲିସ ଷ୍ଟେସନ ଓ ପରେ ଚାନ୍ଦବାଲି ବାଶଂଡା ପୋଲିସ ଷ୍ଟେସନ ରେ ଅଭିଯୋଗ କରିବା ପରେ ନ୍ଯାୟ ଆଶାରେ ପୁଅର ଘର ଆଗରେ ଧାରଣାରେ ବସିଛନ୍ତି ମହିଳା । ଚାନ୍ଦବାଲି ରୁ ସାଗର ରାଉଳ ଙ୍କ ରିପୋର୍ଟ

