ଝାରସୁଗୁଡା/ ବ୍ରଜରାଜନଗର :-
ଗତ 2021 ମସିହାରେ ଗୋଟିଏ ନାବାଳିକାଙ୍କ ଫୋଟୋ କୁ ଏଡିଟ କରି ଇନଷ୍ଟାଗ୍ରାମ ରେ ଫୋଟଟିକୁ ଭାଇରଲ କରିଥିବା ଅଭିଯୋଗ ରେ ବ୍ରଜରାଜନଗର ପୋଲିସ ବରଗଡ ର ଜଣେ ଅଭିଯୁକ୍ତଙ୍କୁ ଗିରଫକରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ବରଗଡ଼ ବାନ୍ଧୁଟିକ୍ରା ର ଅଭିଳାଷ ତାଣ୍ଡି ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି। ଏହାକୁ ବ୍ରଜରାଜନଗର ପୋଲିସ ଏକ ମାମଲା ୠଜୁକରି 89/2021ତଦନ୍ତ ଚଲାଇଥିବା ଘଟଣା ର ଗୋଟିଏ ବର୍ଷ ପରେ ସେହି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି। ବ୍ରଜରାଜନଗର ଆଇ ଆଇ ସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ କହିଛନ୍ତି ଗୋଟିଏ ବର୍ଷ ତଳେ ଅଭିଯୁକ୍ତ ଜଣକ ବ୍ରଜରାଜନଗର ଅଞ୍ଚଳର ଫେସବୁକ ରେ ଫ୍ରେଣ୍ଡ ହୋଇ ଥିବା ବେଳେ ନାବାଳିକା ଜଣକ ରିସିଭ କରିଥିଲେ ଓ ଫୋଟୋ ଟିକୁ ନାବାଳିକର ଫୋଟୋ କୁ ଏଡିଟ କରି ଇନଷ୍ଟାଗ୍ରାମ ରେ ଫୋଟୋକୁ ଅଶ୍ଳୀଳ ଭାବରେ ଫୋଟୋ କୁ ଭାଇରାଲ କରିଦେଇଥିଲା ଏବଂ ସେହି ନାବାଲିକା ର ଭାଇ ବିରୋଧ କରିଥିବାରୁ ଶୁଣି ସେ ସହିନପାରି ନାବାଳିକା ର ଭାଇ ର ଫୋଟୋକୁ ମଧ୍ୟ ଭାଇରାଲ କରିଥିବା ନେଇ ନାବାଲିକାର ଭାଇ ବ୍ରଜରାଜନଗର ପୋଲିସ ଷ୍ଟେସନ ଠାରେ ଅଭିଯୋଗ କରିଥିଲେ। ଝାରସୁଗୁଡା ଜିଲ୍ଲା ଲଖନପୁର ରୂ ସମୀର ଙ୍କ ରିପୋର୍ଟ

