ସଇଁତଳା :-
ସଇଁତଳା ବ୍ଳକ କୁମ୍ଭାରୀ ପଞ୍ଚାୟତ ଅଧୀନରେ ଥିବା କୁମ୍ଭାରୀ ପ୍ରାଥମିକ ସେବା ସମବାୟ ସମିତି ରେ ବର୍ତ୍ତମାନ ଏହି କୋଠା କୁ ଦେଖନ୍ତୁ । ଏକ ପୁରୁଣା ଓ ଜରାଜୀର୍ଣ୍ଣ କୋଠରୀ ରେ ଚାଲିଛି ଏହି ପ୍ରାଥମିକ ସେବା ସମବାୟ ସମିତି । ଏଠାରେ ବର୍ଷା ହେଲେ ଛାତରୁ ପାଣି ଝରିବା ଏକ ସାଧାରଣ କଥା ହୋଇଯାଇଛି । ସେବା ସମବାୟ ସମିତି ର କାନ୍ଥ କେତେବେଳେ ଭାଙ୍ଗି ପଡ଼ିବ ଏହା କିଏ କହିପାରେ? ପୁଣି ଏଠାରେ ଗୋଦାମ ଗୃହ ନଥିବାରୁ ଚାଷୀର ଧାନ ଖୋଲାଆକାଶ ତଳେ ପଡି ରହୁଥିବା ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ପେକ୍ସ ପକ୍ଷରୁ ଉଚ୍ଚ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କୁମ୍ଭାରୀ ସମବାୟ ସେବା ସମିତିର ଏହି ପୁରୁଣା କୋଠା କୁ ଭାଙ୍ଗି ନୂତନ କୋଠା ନିର୍ମାଣ ପାଇଁ ଅଂଚଳର ଗ୍ରାମବାସୀ ଦାବି କରିଛନ୍ତି । ଆଗାମୀ ଦିନରେ ଯଦି ନୂତନ ଭାବେ କୋଠା ନିର୍ମାଣ ନହୁଏ ଜନ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଜନସାଧାରଣ ରେ ଦାବି କରିଛନ୍ତି । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍


