Type Here to Get Search Results !

ମଇଁଷି କୁ ଧକ୍କା ଦେଲା ବାଇକ୍, ଚାଳକ ମୃତ

 

ଝାରସୁଗୁଡ଼ା :-

ରାସ୍ତାରେ ଶୋଇଥିବା ମଇଁଷି କୁ ଧକ୍କା ଦେଲା ବାଇକ୍, ଚାଳକ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ସହର ବେହେରାମାଲ ରେ ଥିବା ହୋଟେଲ୍ ଆର୍ଯ୍ୟନ୍ ନିକଟରେ। 

ଘଟଣାରୁ ପ୍ରକାଶ , ସାରବେର୍ଣା ଓରାମ ପଡ଼ା ର ୨୫ ବର୍ଷୀୟ ମୃତ ଯୁବକ ବିଜୟ ନାୟକ କୌଣସି କାର୍ଯ୍ୟ ପାଇଁ ଝାରସୁଗୁଡ଼ା ଆସିଥିଲେ। ତେବେ ପାଖାପାଖି ସନ୍ଧ୍ୟା ୭ ଟା ୩୦ ମିନିଟ ବେଳେ ସେ ରାସ୍ତା ରେ ଶୋଇଥିବା ଏକ ମଇଁଷି କୁ ଦେଖିନ ପାରି ବାଇକ୍ ଚଢ଼େଇ ଦେଇଥିଲେ। ମଇଁଷି ଟି ସାମାନ୍ୟ ଆହତ ହୋଇଥିଲେ ହେଁ ବିଜୟ ବାଇକ୍ ସହ ରାସ୍ତାରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ବିଜୟ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏଠି କହିରଖୁଛି, ଆଶ୍ରୟସ୍ଥଳ ଅଭାବ ତଥା ମାଲିକ ମାନଙ୍କ ମାନମାନି ପାଇଁ ଗାଈଗୋରୁ ଝାରସୁଗୁଡ଼ା ର ବିଭିନ୍ନ ରାସ୍ତାରେ ରାତି ସମୟରେ ଶୋଇଥିବା ଦେଖିବାକୁ ମିଳେ। ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଝାରସୁଗୁଡ଼ା ପୌରପରିଷଦ କିମ୍ବା ପ୍ରଶାସନ ଆନ୍ତରିକତା ର ଅଭାବ ରହିଛି। ତେବେ ଆଉ କେତେ ଧନ ଜୀବନ ଗଲାପରେ ପ୍ରଶାସନ ଚେତିବ ତାହା ଏବେ ପ୍ରଶ୍ନବାଚୀ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.