Type Here to Get Search Results !

5-ଟିରେ ମାନ୍ୟତା ପାଇଥିବା ବିଦ୍ୟାଳୟକୁ ଗସ୍ତକରି ସମିକ୍ଷା କଲେ ଜିଲ୍ଲାପାଳ


ତିହିଡ :-

ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୩ୟ ପର୍ଯ୍ୟାୟରେ ୧୦ଟି ହାଇସ୍କୁଲ ୫-ଟି ରୂପାନ୍ତରିତ ଯୋଜନାରେ ସାମିଲ ହୋଇଛି । ତନ୍ମଧ୍ୟରୁ ଅଚକ ଆଞ୍ଚଳିକ ସହଯୋଗ ହାଇସ୍କୁଲ ଓ ମହରମପୁରର ଉମଚରଣ ସହଯୋଗ ହାଇସ୍କୁଲକୁ ଗସ୍ତ କରିଥିଲେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର । ଏହି ଗସ୍ତରେ ଉଭୟ ବିଦ୍ୟାଳୟର ଭିତ୍ତିଭୂମ ସମିକ୍ଷା କରିବା ସହିତ ୫-ଟି ରୂପାନ୍ତରିତ ପାଇଁ ଆବଶ୍ୟକ ହେଉଥିବା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟଗୁଡିକୁ କିପରି ଅଧିକ ସରସ ସୁନ୍ଦର କରିହେବ ସ୍ମାର୍ଟ କ୍ଲାସରୁମ୍ ଠାରୁ ଆରମ୍ଭ କରି ଖେଳ ପଡିଆ, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ଏପରିକି ପରିସରକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ ।

ପ୍ରଥମେ ଅଚକ ହାଇସ୍କୁଲରେ ପହଁଞ୍ôଚବା ସମୟରେ ସେଠାରେ ପିଲାମାନଙ୍କ ଭଲିବଲ୍ ଖେଳକୁ ଦେଖି ସେ କିଛି ସମୟ ଅଟକି ଯାଇ ଅଧିକ ଉତ୍ସାହିତ ହୋଇପଡି ସେମାନଙ୍କ ସହ ଖେଳିଥିଲେ । ବିଦ୍ୟାଳୟର ଶିକ୍ଷକ, ଅଭିଭାବକ, ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ତେବେ ଏହି ବିଦ୍ୟାଳୟର ନୂତନ ଶିକ୍ଷକ ନିଯୁକ୍ତି ନେଇ କେତେକ ଅଭିଭାବକ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ପରେ ମହରମପୁର ହାଇସ୍କୁଲ ଯାଇଥିଲେ । ସେଠାରେ ବିଦ୍ୟାଳୟ ପରିସର, ଆବଶ୍ୟକ ସଂଖ୍ୟକ କ୍ଲାସ ରୁମ ଅଛିକି ନାହିଁ, ପରିସର ମଧ୍ୟରେ ପାନୀୟ ଜଳ, ଖେଳ ପଡିଆ, ସାଂସ୍କୃତିକ ମଞ୍ଚ, ପାର୍କ, ଆଲୋକିକରଣ ଏବଂ ମୁଖ୍ୟ ଫାଟକ ଉପରେ ଗୁରୁତ୍ୱାରୋପ କରିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ବିଦ୍ୟାଳୟ ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ବସନ୍ତ କୁମାର ସାହାଣୀ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ସରପଞ୍ଚ ତାପସ କୁମାର ବେହେରା, ସମିତି ସଭ୍ୟ ଧର୍ମାନନ୍ଦ ବେହେରା, ଗଣେଷ ପ୍ରସାଦ ବିଶ୍ୱାଳ, ସୂର୍ଯ୍ୟନାରାୟଣ ଭୋଇ, ପ୍ରଧାନ ଶିକ୍ଷକ କିଶୋର ବାରିକ, ପ୍ରଶାନ୍ତ ମହାରଣା, ବିଭୁପଦ ସାହୁଙ୍କ ସମେତ ଧିରେନ୍ଦ୍ର ସାହୁ, ଆଲୋକ ବିକାଶ ପ୍ରିୟଦର୍ଶୀ, ମନୋଜ ଦାସ, ସହଦ୍ ଅନୱାର, ମାନସ ସାହୁ, ମନୋରଞ୍ଜନ ଭୋଇ, ବୁଦ୍ଧଦେବ ଜେନା, ବିଷ୍ଣୁ କୁଅଁର, ଚିତ୍ତରଞ୍ଜନ ଧଳ, ଅକ୍ଷୟ ପାଣି, ମାଧବ ଚନ୍ଦ୍ର ପଶୁପାଳକ, ଯତିପ୍ରକାଶ ଧଳ, କାଳନ୍ଦି ବେହେରା, ଅଜୟ ବେହେରା ଏବଂ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡ଼ି ବ୍ଲକ୍ ରୁ ମଦିନା ବିବିଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.