Type Here to Get Search Results !

ବୋଲଗଡ଼ ଥାନା ଏ ଏସ ଆଇ ଭିଜିଲାନ୍ସ ଜାଲରେ

 

ଖୋର୍ଦ୍ଧା :-

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ବାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କୁ କୌଣସି କାରଣରୁ ଏଏସଆଇ ସ୍ୱାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ବ୍ୟକ୍ତି ଜଣକ ଏହାକୁ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନା ରେ ଅଭିଯୋଗ ଦେଇଥିଲେ। ତେବେ ଆଜି ଏଏସଆଇ ସ୍ୱାଇଁ ଉକ୍ତ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସି ଲାଞ୍ଚ ଟଙ୍କା ସହ ଏଏସଆଇ ସ୍ୱାଇଁ ଙ୍କୁ ନିଜ ଅକ୍ତିଆର ରେ ଆଣିଥିଲେ। ଭୁବନେଶ୍ୱର ଭିଜିଲାନ୍ସ କେଶ୍ ନମ୍ୱର୍ ୧୪/୨୨ ଅନୁଯାୟୀ ଲଂଚୁଆ ପୋଲିସ ଅଧିକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି। ବ୍ୟୁରୋ ରିପୋର୍ଟ



Post a Comment

0 Comments
* Please Don't Spam Here. All the Comments are Reviewed by Admin.