Type Here to Get Search Results !

ଅସହାୟ ନିରାଶ୍ରୟା ମହିଳା ଭତ୍ତା ପାଇବାରେ ବଞ୍ଚିତ

 

ପଦ୍ମପୁର :-

ସାମାଜିକ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଗରିବ ଅସହାୟ ଲୋକଙ୍କ ହିତ ପାଁଇ ଅନେକ ଯୋଜନା ମାନ ପ୍ରଣୟନ କରିଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳା ହେତୁ ଅଥବା ସରକାରୀ କର୍ମଚାରୀ ବାବୁଙ୍କ ଆନ୍ତରିକତାର ଅଭାବ ହେତୁ ଗରିବ ଅସହାୟ ପରିତ୍ୟକ୍ତ ନିରାଶ୍ରିତ ଲୋକମାନେ ସେହି ଯୋଜନାରୁ ବାଦ ପଡୁଛନ୍ତି । ପଦ୍ମପୁର ଉପଖଣ୍ଡ ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ଭେଉରିଆ ପଞ୍ଚାୟତ ବୁଧାପାଲି ଗ୍ରାମରେ ଏପରି ଏକା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ଅବିବାହିତା ବିନେଲତା ନାମକ ଏକ ଯୁବତୀ (37) ଆଜକୁ ଅବିବାହିତା ଅବସ୍ଥାରେ ବାପା ମାଁ ଘରେ ଆଶ୍ରୟ ନେଇ ରହୁଅଛି । ପୁଣି ସେହି ଗ୍ରାମର କସ୍ତୁରୀ ଲୁହାର (57) ବାପା ମାଁ ହୀନ ନିରାଶ୍ରୟାଅବିବାହିତା ଅବସ୍ଥାରେ ଏକାକୀ ଜୀବନ କଟାଉଛି । ପ୍ରଶାସନ ନିକଟରେ ଅନେକ ଥର ଭତ୍ତା ପାଁଇ ନିବେଦନ କଲେ ମଧ୍ୟ କେହିହେଲେ ଶୁଣୁ ନାହାନ୍ତି! ତେଣୁ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ସଦୟ ହୋଇ ଏଥି ପ୍ରତି ଦୃଷ୍ଟି ଦେଇ ଏହି ମହିଳା ମାନଙ୍କୁ ଭତ୍ତା ପ୍ରଦାନ କରିବା ବ୍ୟବସ୍ଥା କଲେ ଉପକୃତ ହୁଅନ୍ତେ ବୋଲି ସାଧାରଣ ରେ ଚର୍ଚ୍ଚା ହୁଏ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.