Type Here to Get Search Results !

ପ୍ରକୃତି ପ୍ରେମି ଆଶିଷ ଲୋକଙ୍କୁ ଦେଉଛନ୍ତି ବୃକ୍ଷ ଉପହାର



ଗାଇସିଲେଟ :- 
ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମ ର ପ୍ରକୃତି ପ୍ରେମି ଆଶିଷ ଜ୍ୟୋତିଷ ତାଙ୍କର ପ୍ରୟାସ କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଛୋଟ ସମୟରୁ ସମସ୍ତେ ଜାଣିଛୁ ଯେ 'ଜଳ ହି ଜୀବନ' ଏଵେ ତା ସାଙ୍ଗକୁ ଶୁଣା ଗଲାଣି 'ବୃକ୍ଷ ହିଁ ଜୀବନ' । କଥାଟା ମିଛ ନୁହେଁ କାରଣ ବୃକ୍ଷ ନ ରହିଲେ ପ୍ରାଣୀ ମୂହୁର୍ତ୍ତେ ମଧ୍ୟ ବଞ୍ଚିପାରିବ ନାହିଁ । ଯୁଵାଖୋଲ ଗ୍ରାମ ର ପ୍ରକୃତି ପ୍ରେମି ଆଶିଷ ଜ୍ୟୋତିଷ ଅତିଥି ଘରକୁ ଗଲେ ମିଠା ଵଦଲରେ ବୃକ୍ଷ ନେଇ କି ଯାଉଛନ୍ତି । ଏମିତି ଦେଖିବାକୁ ମିଲିଛି । ଅନେକ ଲୋକଙ୍କୁ ବୃକ୍ଷ ଉପହାର ଦେଵା ସାଙ୍ଗକୁ ବୃକ୍ଷ ମହତ୍ତ୍ଵ ଵୁଝାଉଛନ୍ତି। ଆଶିଷ ଭାବନ୍ତି ଯଦି ଖାଇବା କିଛି ଜିନିଷ ଦିଆଯାଏ ଲୋକେ ଭୁଲି ଯିବେ ହେଲେ ।ବୃକ୍ଷ ଉପହାର ଟିଏ ଦେଲେ ବହୁତ ଦିନ ରହିଵ ପୃଥିବୀର ଉପକାର ମଧ୍ୟ ହେଵ। 
ମାନଵ ସମାଜ ବଞ୍ଚି ରହିବା ପାଇଁ ନିୟମିତ ଭାବରେ ବୃକ୍ଷ ରୋପଣ କରା ଯିବା ଆବଶ୍ୟକ । ବୃକ୍ଷ ରୋପଣ ବୃକ୍ଷ ପାଲନ ମଧ୍ୟ ଵଡ ଆନନ୍ଦଦାୟକ କାର୍ଯ୍ୟ । ପରିବେଶ ଓ ଆମ ଗୃହ ତଥା ଆମ ଗ୍ରାମ ଗୃହ ଓ ନଗର ସ୍ଥାନରେ ବୃକ୍ଷ ରୋପଣ କରିବା ଵୋଲି ଜ୍ୟୋତିଷ କହିଛନ୍ତି।
ଗାଇସିଲେଟ ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.