ଝାରସୁଗୁଡ଼ା :-
ଝାରସୁଗୁଡ଼ା ଜିଲ୍ଲା ବୁରୋମାଳ ସ୍କୁଲ ପରିସର EJV Foundation ପକ୍ଷରୁ ଏକ ଦାନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ର ରେ 90ଜଣ ବିଦ୍ୟାଳୟ ର ଛାତ୍ର ଛାତ୍ରୀଦାନ୍ତ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଅନ୍ୟ 20ଜଣ ମଧ୍ୟ ଚିକିତ୍ସିତ ହୋଇଛନ୍ତିି ।ଏହି ଶିବିର ରେ ଡ଼ା ଅନ୍ନପୂର୍ଣ୍ଣା ଦାସ ଓ ଡ଼ା ଡଲୀ ଲାଠ ଉପସ୍ଥିତ ରହି ଚିକିତ୍ସା କରିଥିଲେ ଓ ଡ଼ା ଡଲି ଲାଠ ପିଲା ମାନଙ୍କୁ ଦାନ୍ତ ର ଯତ୍ନ ବିଷୟ ରେ ଟିକ୍ ନିକ୍ ବୁଝାଇଥିଲେ। ଖରା ଦିନେ ବିଶେଷ ଭାବେ ଥଣ୍ଡା ପାନୀୟ,ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ଦାନ୍ତର ସମସ୍ୟା ଦେଖାଦେଇଥାଏ । ଏହା କୁ ଦୃଷ୍ଟି ରେ ରଖି EJV ପକ୍ଷରୁ ଏହି ଶିବିର ର ଆୟୋଜନ କରାଯାଇଥିଲା। ସଂସ୍ଥା ପକ୍ଷରୁ ମାନସୀ ପଣ୍ଡା, ପୂନମ୍ ପଟେଲ ,ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ, ସଂସ୍କାର ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା,ସହିତ ସମସ୍ତ କାର୍ଯ୍ୟ କର୍ତାସହଯୋଗ କରିଥିିଲେ । ସ୍କୁଲ ତରଫ ରୁ ଲକ୍ଷ୍ମୀପ୍ରିୟା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ

