ବନ୍ଧବାହାଲ :-
ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଶୁକପ ପଟନାୟକ ଛକରେ ମର୍ମଦୂତ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ମୃତ ଜଣେ ଗୁରୁତର ବ୍ୟକ୍ତି ଙ୍କୁ ହସ୍ପିଟାଲ କୁ ନିଆ ଯାଇଛି। ଦୁର୍ଘଟଣା କରିଥିବା ଡ୍ରାଇଭର ଫେରାର ଅଛି।
ଘଟଣା ଅନୁଯାଇ ଦିନ ଶୁକପ ପଟନାୟକ ଛକରେ 3.30 ଏଚ ଏଫ ଡିଲକ୍ସ ମୋଟର ସାଇକେଲ ରେ ତିନି ଜଣ ଯାଉଥିବା ସମୟ ରେ ଏକ ଟ୍ରକ ପଛପଟୁ ଆସି ଉକ୍ତ ବାଇକ କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳ ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ଆହତ ଥିବା ବ୍ୟକ୍ତି ଙ୍କୁ ହସ୍ପିଟାଲ କୁ ନିଆଯାଇଛି। ଦୁର୍ଘଟଣା ହୋଇ ଥିବା ବ୍ୟକ୍ତି ଦ୍ୱୟ ରାମପୁର ପତ୍ରା ପାଲି ର ହୋଇ ଥିବା ଜଣା ପଡୁଛି। ଦୁର୍ଘଟଣା ହୋଇ ଥିବା ବାଇକ ଓ ଟ୍ରକକୁ ପୋଲିସ କବଜା କରିବା ସହ ମୃତ୍ୟୁ ହୋଇ ଥିବା ଲୋକଙ୍କୁ ବ୍ୟବଛେଦ ପାଇଁ ପଠା ଯାଇଛି। ଝାରସୁଗୁଡା ଜିଲ୍ଲା ଲଖନପୁର ରୁ ସମୀର ଙ୍କ ରିପୋର୍ଟ

