Type Here to Get Search Results !

ଆଦର୍ଶ ଶିକ୍ଷକ ପାଳାଗାୟକ ଙ୍କ ହୃଦଘାତରେ ପରଲୋକ


ପଦ୍ମପୁର :-

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଜଣେ ମେଳାପୀ, ମିଷ୍ଟଭାଷୀ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ କ୍ଷୀରସାଗର ବରିହା (୫୦) ଆଉ ଆମ ଗହଣରେ ନାହାଁନ୍ତି । ଆଜି ତାଙ୍କ ବାସ ଭବନ ମାଣ୍ଡିଆଢିପା ଗ୍ରାମରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଜଣେ ଏକାଧାରରେ ଶିକ୍ଷକ,ସଙ୍ଗଠକ, ସମାଜସେବୀ,କଳାକାର ଥିଲେ। ତାଙ୍କ ସହଧର୍ମିଣୀ କୁମାରୀ ବରିହା ଓ ଦୁଇଟି ପୁତ୍ର କୁ ଛାଡି ଯାଇଛନ୍ତି । ତାଙ୍କର ସହଧର୍ମିଣୀ ସଭାନେତ୍ରୀ କୁମାରୀ ବରିହା ବିଜୁ ମହିଳା ଜନତା ଦଳ ପାଇକମାଲ ବ୍ଳଳର ଦାୟିତ୍ଵରେ ଅଛନ୍ତି । ସ୍ବର୍ଗତ ବରିହା ଜଣେ ସୁନାମଧନ୍ୟ ପାଳାଗାୟକ ଭାବେ ବେଶ ପରିଚିତ ଥିଲେ । ତାଙ୍କ ବିଯୋଗ ରେ ପାଇକମାଲ ବ୍ଲକ୍ ଶିକ୍ଷକ ସଂଗଠନ ତରଫରୁ ମହାଦେବ ବେହେରା, ଡୋଲାମଣୀ ମାହାର,ନିମାଇଁ ଚରଣ ସ୍ବାଇଁ, ଅଶୋକ କୁମାର ସାହୁ, ସୁକାନ୍ତ ରାଉତ,ଦେବେନ୍ଦ୍ରନାଥ ସାହୁ,ରୁପେନ୍ଦ୍ର ସାହୁ , ସତ୍ୟନାରାୟଣ ଯୋଷୀ,ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଗଭୀର ଦୁଖ ପ୍ରକାଶ କରିବା ସହ ପରିବାର କୁ ସମବେଦନା ଜଣାଇଛନ୍ତି । ତାଙ୍କର ଦୁଇ ପୁଅ ଅଛନ୍ତି । ତାଙ୍କର ଅକାଳ ବିଯୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମାଣ୍ଡିଆଢିପା ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା ବେଳେ ତାଙ୍କ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.