Type Here to Get Search Results !

ନୂତନ ଝାରସୁଗୁଡ଼ା ଏସପି ଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ

 

ଝାରସୁଗୁଡ଼ା :-

ଗତ ଏପ୍ରିଲ ୩୦ ତାରିଖରେ ଝାରସୁଗୁଡ଼ା ପୂର୍ବତନ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିକାଶ କୁମାର ଦାଶ ଅବସର ଗ୍ରହଣ କରିବା ପରେ ଆଜି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ଏସପି  ଶ୍ରୀ ରାହୁଲ ଜୈନ ଝାରସୁଗୁଡ଼ା ଏସପି କାର୍ଯ୍ୟାଳୟ ରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି। ତେବେ ଆଜି ଯୋଗଦାନ କରିବା ଠିକ୍ ପରବର୍ତ୍ତୀ ସମୟରେ ନୂତନ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୈନ ସର୍ବ ପ୍ରଥମେ ଜିଲ୍ଲାର ସମସ୍ତ ପ୍ରିଣ୍ଟ, ଡିଜିଟାଲ ଓ ୱେବ୍ ସାମ୍ବାଦିକ ଙ୍କ ସହ ଭେଟ ହେବାସହ ଜିଲ୍ଲା ରେ ପୋଲିସ ଓ ପ୍ରେସ କିଭଳି ଗୁରୁ ଦାୟିତ୍ବ ବହନ କରନ୍ତି ଓ କିଭଳି ପ୍ରେସ ଓ ପୋଲିସ ମଧ୍ୟରେ ସୁ ସମ୍ପର୍କ ରହିବ ସେ ନେଇ ଆଲୋକପାତ କରିଥିଲେ। ଏହା ସହ ଟ୍ରାଫିକ ସମସ୍ୟା, ବିଭିନ୍ନ ପ୍ରକାର ଅପରାଧ କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କୁ ସବୁ ସମୟରେ ପ୍ରେସ ପକ୍ଷରୁ ସଠିକ୍ ତଥ୍ୟ ମିଳି ପାରିବ ଏ ନେଇ ଆଜି ଏସପି ଜୈନ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଜିଲ୍ଲାକୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ଉପରେ ଗୁରୁତ୍ବ ଦେବା କୁ ନେଇ  ଆଶାୟୀ ଥିବା କହିଛନ୍ତି ଏସପି ରାହୁଲ ଜୈନ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.