Type Here to Get Search Results !

ଏପ୍ରିଲ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବୁଲି


ପଦ୍ମପୁର :-

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଏପ୍ରିଲ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ପାଳିତ ହେବ । ପ୍ରଥମ ଦିନରେ ମୁଖ୍ଯ ଅତିଥି ଭାବରେ ଗ୍ରାମ୍ଯ ବିକାଶ,ଶ୍ରମ,ନିଯୁକ୍ତ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଉଦଘାଟନ କରିବେ । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା ଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେବ । ମୁଖ୍ଯ ବକ୍ତା ଭାବରେ ସୁଜିତ କୁମାର ପୃଷେଠ ଉଦବୋଧନ ଦେବେ । ଦ୍ବିତୀୟ ଦିନରେ ଓଡ଼ିଶା ମାନ୍ଯବର ରାଜ୍ଯପାଳ ପ୍ରଫେସର ଗଣେଷୀ ଲାଲଜୀ ମୁଖ୍ଯଅତିଥି ଭାବରେ ଯୋଗଦାନ କରି ଉଚ୍ଚ ବିଦ୍ୟାଳୟ ଅତିଥି ଭାବରେ ମାନ୍ୟବର ବିଧାୟକ ମୁକେଶ ମହାଲିଙ୍ଗ ଉଦବୋଧନ କରିବେ । ତୃତୀୟ ଦିନରେ ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟ ଭାଇସ୍ ଚାନସେଲର ପ୍ରଫେସର ଏନ ନାଗାରାଜୁ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିବେ,ମୁଖ୍ଯ ବକ୍ତା ଭାବରେ ପ୍ରଫେସର ଛାୟାକାନ୍ତ ଷଡଙ୍ଗୀ ଯୋଗଦାନ କରି ନିଜର ବକ୍ତବ୍ଯ ପ୍ରଦାନ କରିବେ । ଅନ୍ଯତମ ବକ୍ତା ଭାବରେ ଡ.ମୋନାଲିଆ ପାଢୀ ତାଙ୍କର ବକ୍ତବ୍ଯ ରଖିବେ । ଉକ୍ତ ତିନି ଦିନ ବ୍ଯାପି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଶାଶ୍ବତ ଯୋଶୀ ଏଣ୍ଡ ଗୁପ ଟିଟିଲାଗଡ,ନରରାଜ ଗ୍ରୁପ ସମ୍ବଲପୁର, ନୀଳାଚଳ ଗ୍ରୁପ ବଲାଙ୍ଗୀର,ମ୍ଯାନିକ ଶୋ ପଏଁରି ସୋନପୁର,ଘୁଡକା ତୁଷରା,ପ୍ରତିଭା ଭବାନୀପାଟଣା,ଶଙ୍କର ବେହେରା ଗ୍ରୁପସ ଲୋଇସିଙ୍ଘା ପର୍ଯ୍ଯ ବେଷିତ କରାଯିବ ବୋଲି ପ୍ଲାଟିନମ ଜୁବୁଲି ସଂପାଦକ ଡ. ବିରଞ୍ଚି  ସାହୁ ଜଣାଇଛନ୍ତି ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.