ଝାରସୁଗୁଡ଼ା :-
ତିନି ବର୍ଷ ପୂର୍ବ ରୁ ପୁଲବାମା ରେ ସହିଦ ହୋଇଥିବା ,ଭାରତୀୟ ସୈନିକ ଙ୍କ ବଳିଦାନ କୁ ସ୍ମରଣ ନିମନ୍ତେ ବା ତାଙ୍କ ସ୍ମୁତି କୁ ଅମର ରଖିବା ନିମନ୍ତେ, ଫେବୃୟାରୀ 14ଦିନ ଦିନ ଟି ଅବିସ୍ମରଣୀୟ। ଏହି ଅବସର ରେ ଇ ଜେ ଭି ଫାଉଣ୍ଡେସନ, ମାରୱାଡ଼ି ଯୁବା ମଞ୍ଚ, ବ୍ରାହ୍ମଣ ସମାଜ ଓ କରନି ସେନା ପକ୍ଷରୁ ଝଣ୍ଡାଛକ ଠାରେ ମିଳିତ ଭାବେ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା। ଏହି ଅବସର ରେ ଝାରସୁଗୁଡ଼ା ସହର ର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗଦେଇ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ, ପାରିବାର କୁ ସନ୍ତନା ଦେଇଥିଲେ। ଏଥିସହିତ ପାକିସ୍ତାନ ର ବର୍ବରତା କୁ ଦୃଢ଼ ନିନ୍ଦା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଶୋକ ଗାନ୍ଧୀ, ପୱନ୍ ସୁଲ୍ଟାନିଆ,ନବୀନ ମିଶ୍ର, ବଲଗୋବିନ୍ଦ ମିଶ୍ର, ପ୍ରେମ ପ୍ରକାଶ ସିଂ,ମାନସୀ ପଣ୍ଡା, ଆନନ୍ଦ ଶର୍ମା,ବବିତା ମୋଦି,ପୁଷ୍ପାଞ୍ଜଳି ତନ୍ତୀ, ଉମା କେଡିଆ,ଆନନ୍ଦ ଗୋଏଲ,ଙ୍କ ସହିତ ବହୁସଂଖ୍ୟକ ସାମାଜିକ କର୍ମୀ ଉପସ୍ଥିତ ରହି ଶ୍ରାଧାସୁମନ ଅର୍ପଣ କରିବା ସହିତ ,ନିଜ ନିଜ ର ବକ୍ତବ୍ୟ ରଖି ଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
