ପଦ୍ମପୁର :-
ଆଜି ଭାରତୀୟ ଜନତା ପାର୍ଟିର ଏକ ମାରାଥନ ମିଶ୍ରଣ ପର୍ବ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ,ରେଙ୍ଗାଲି ବିଧାୟକ ଶ୍ରୀ ନାଉରୀ ନାୟକ,ବରଗଡ ଜିଲ୍ଲା ସଭାପତି ଶ୍ରୀ ଅଶ୍ବିନୀ ଷଡଙ୍ଗୀ,ବିଜେପି ଯୁବ ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ଇରାଶିଷ ଆଚାର୍ଯ୍ଯଙ୍କ ଉପସ୍ଥିତରେ ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ଯ ଶ୍ରୀ ଶଙ୍କଟା ପ୍ରସାଦ ବାଜପେୟୀଙ୍କ ପୁତ୍ରବଧୁ ଶ୍ରୀମତୀ ନିତୁ ବାଜପେୟୀ,ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଶ୍ରୀ ପ୍ରକାଶ ନାୟକ,ମୋହନ ରଣା,ପାଇକମାଲ ବିଜେଡି ନେତା ଶ୍ରୀ କଙ୍ଗାଲୁ ବରିହାଙ୍କ ସହିତ ୫୦ରୁ ଅଧିକ କାର୍ଯ୍ଯକର୍ତ୍ତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ମୁଖ୍ଯଅତିଥି ସାଂସଦ ଶ୍ରୀ ପୂଜାରୀ ସମସ୍ତଙ୍କୁ ଉପଢୌକନ ଓ ବିଜେପି ଟୋପି ପିନ୍ଧାଇ ସ୍ବାଗତ କରିଥିଲେ । ଆଜି ବିଜେପି ପକ୍ଷରୁ ସର୍ଗିବାହାଲ, ଜଗଦଲପୁର, କୁର୍ଲୁପାଲି, ଭଣ୍ତାରପୁରୀ, ଝାରବନ୍ଧ,ପାଇକମାଲ ଧର୍ମଶାଲା ଠାରେ ଜନ ସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେପିର ୱାର୍ଡ ମେମ୍ବର,ସରପଞ୍ଚ,ସମିତିସଭ୍ଯ ଓ ଜିଲ୍ଲା ପରିଷଦ ସଭ୍ଯ ପ୍ରାର୍ଥ ମାନଙ୍କୁ ବିଜୟୀ କରାଇବା ପାଇଁ ସମସ୍ତେ ସଂକଳ୍ପ ନେଇ ଥିଲେ । ଏହି କାର୍ଯ୍ୟକ୍ରମ ମାନଙ୍କରେ ବିଜେପି ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ସରୋଜ ପାଣିଗ୍ରାହୀ, ଉପ ସଭାପତି ଶ୍ରୀ ସରୋଜ ସାମଲ,କୃଷକ ମୋର୍ଚ୍ଚା ରାଜ୍ଯ ସଦସ୍ଯ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ବିଜେପି ଯୁବ ନେତା ଶ୍ରୀ ପ୍ରୀତେଶ ବହିଦାର,ଜଗଦଲପୁର ମଣ୍ତଳ ସଭାପତି ଶ୍ରୀ ହରେକୃଷ୍ଣ ପଟେଲ,ସର୍ଗିବାହାଲ ମଣ୍ଡଳ ସଭାପତି ଶ୍ରୀ ନିରାକାର ବରିହା,ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ,ମାଣ୍ଡୋସିଲ ମଣ୍ତଳ ସଭାପତି ଶ୍ରୀ ସଂଜୟ ବେହେରା,ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ବଳରାମ ସାହୁ,ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ହରିହର ସାହୁ,ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଡା ଶ୍ରୀକାନ୍ତ ପାଣିଗ୍ରାହୀ,ଜିଲ୍ଲା ପରିଷଦ ସଦସ୍ଯ ଶ୍ରୀ ସନ୍ତୋଷ ମେହେର,ଯୁବନେତା ଶ୍ରୀ ଅଶୋକ ମିଶ୍ର,ବରିଷ୍ଠ ଆଇନଜୀବୀ ରାଜକୁମାର ସାହୁ,ଶ୍ରୀ ସୁଶାନ୍ତ ନାଗ,ଶ୍ରୀ ଲଳିତ ଜଗତ ପ୍ରମୁଖ ଭୂମିକା ନେଇଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
