ଝାରସୁଗୁଡା :-
ବଡଦେଓ ସେବା ଟ୍ରଷ୍ଟ ଲଇକେରାର କୁକେରମା ବଡଦେଓ ପୀଠ ଠାରେ ଟ୍ରଷ୍ଟର ସଭାପତି ରଘୁନାଥ ନାଏକଙ୍କ ଅଧ୍ୟକ୍ଷତାରେ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ହେବାକୁ ଥିବା ବଡଦେଓ ଲୋକମହୋତ୍ସବର ପ୍ରସ୍ତୁତି ଓ ସମାଜ ତଥା ଅଞ୍ଚଳର ଉନ୍ନତି ଉପରେ ଆଲୋଚନା ହୋଇଥିଲା। ପ୍ରଥମେ କିଶୋର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରି ତାଙ୍କ ଆତ୍ମାର ସତଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରି ଶୋକ ସନ୍ତପ୍ତ ପରିବାରଙ୍କୁ ସାହସ ଯୋଗାଇ ଦେବା ପାଇଁ ବଡ଼ଦେଓଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଏଥିରେ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ଉପସ୍ଥିତ ରହି କହିଥିଲେ ଯେ ଗୋଁଣ୍ଡ ମାନଙ୍କର ଆରାଧ୍ୟ ଦେବତା ବଡଦେଓଙ୍କର ମହୀମା ଆଦି ପ୍ରଚାର ପ୍ରସାର ସମଗ୍ର ରାଜ୍ୟରେ ଏହି ପୀଠ ଠାରୁ କରାଯିବ। ପୀଠକୁ ରାଜ୍ୟ ସ୍ତରୀୟ ମାନ୍ୟତା ଦେବା ସହିତ ରାଜ୍ୟ ତଥା ରାଜ୍ୟ ବାହାରର ଗୋଁଣ୍ଡମାନେ ଏହି ଟ୍ରଷ୍ଟରେ ସଦସ୍ୟ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଯିବ। ସମୟର ପରିବର୍ତ୍ତନ କ୍ରମେ ବହୁ ପୁରାତନ ତଥ୍ୟ ଲୁଚି ଯାଉଛି। ଜୟପୁର ଇଷ୍ଟେଟର ଐତିହ୍ୟ, ଇତିହାସ ଉପରେ ରିସର୍ଚ୍ଚ କରି ସ୍ବତନ୍ତ୍ର ପୁସ୍ତକ ଲେଖିବା ପାଇଁ ଉଦ୍ୟମ ହେବ। ପୌଷ ଶୁକ୍ଳପକ୍ଷ ଦଶମୀ ତିଥିରେ ଜଙ୍ଘାଲିଙ୍ଘାଙ୍କର ବାର୍ଷିକ ପୂଜା ହୋଇଥାଏ। ଏହା ରାଜ୍ୟର ସମସ୍ତ ଗୋଁଣ୍ଡମାନେ ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ପୂଜା ଅର୍ଚ୍ଚନା କରିଥାନ୍ତି। ଏହି ଦଶମୀକୁ ଜଙ୍ଘା ଦଶମୀ ଭାବରେ ଲିପିବଦ୍ଧ କରିବା ପାଇଁ ପ୍ରତିବର୍ଷ ବାହାରୁଥିବା ପଞିକା ତଥା କ୍ୟାଲେଣ୍ଡରରେ ଉଲ୍ଲେଖ କରିବା ପାଇଁ ପ୍ରଶାସକମାନଙ୍କୁ ଅନୁରୋଧ କରାଯିବ।
ଏହି ସଭାରେ କୁଚିଣ୍ଡା ସବଡିଭିଜନ ସଭାପତି ଲବଣିଧର ନାଏକ, ଝାରସୁଗୁଡ଼ା ଜିଲ୍ଲା ସଭାପତି ଡ଼ମ୍ବରୁଧର ନାଏକ, ମହାସଚିବ ଶ୍ୟାମଲାଲ ନାଏକ, ଗ୍ରାମ କମିଟି ସଭାପତି ତୁଲାରାମ ନାଏକ, ଟ୍ରଷ୍ଟର ସଦସ୍ୟ ମାଧବ ସିଂହ ନାଏକ, ପବିତ୍ର ମୋହନ ନାଏକ, ରିମାକାନ୍ତ ନାଏକ, ଗୋଭିନ୍ଦର ବଗାର,ଧନେଶ୍ୱର ନାଏକ, ଜାହ୍ନବୀ ନାଏକ, ଦୁବରାଜ ବଗାର, ନନ୍ଦଲାଲ ନାଏକ, ଗୁଲବଦନ କୁମୁରାଙ୍କ ସହିତ ଚିନ୍ତାମଣି କାଲୋ, କୋଲାବିରା ବ୍ଳକ ସଭାପତି ରୁଦ୍ରପ୍ରତାପ ସିଂହ,ନରେନ୍ଦ୍ର ଭୋଇ,କୃଷ୍ଣ ଚନ୍ଦ୍ର ଭୋଇ, ପ୍ରେମସାଗର ଧୁରୁଆ, ରଞ୍ଜନ ସିଂହ ନାଏକ, ପଦ୍ମଲୋଚନ ନାଏକ, ନଳୀନ ନାଏକ, ତେଜରାମ ନାଏକ, ଗଙ୍ଗାଧର ଭୋଇ, ମୁରାରୀ ଭୋଇ,ଯୁଗେଶ୍ୱର ପଟ୍ଟା,କିଶୋର ନାଏକ, ରବୀନ୍ଦ୍ର ପ୍ରଧାନ, ହରେକୃଷ୍ଣ ନାଏକ, ପୁରୁଷୋତ୍ତମ ପଟ୍ଟା,ଲକ୍ଷ୍ମଣ ବରିହା, ଦୁର୍ଜୟ ମରେଇ ପ୍ରମୁଖ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
