Type Here to Get Search Results !

ଲଜ୍ଜା - ଗୋଟିଏ ପଟେ ଶ୍ରଦ୍ଧାଞ୍ଜଳି, ଅନ୍ୟପଟେ ମାଂସଭୋଜି

 

ଭବାନୀପାଟଣା :-

ଯେଉଁଠି ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ ସ୍ବର୍ଗତ କିଶୋର ମହାନ୍ତି ଙ୍କ ବିୟୋଗରେ ରାଜ୍ୟ ବିଜେଡ଼ି ମ୍ରିୟମାଣ ହୋଇ ବିଭିନ୍ନ ସ୍ଥାନରେ ଶୋକସଭା ଅନୁଷ୍ଠିତ କରୁଛି, ସେଠି କଳାହାଣ୍ଡି ର ପୂର୍ବତନ ବିଧାୟକ ଅନାମ ନାୟକ ଙ୍କ ଦ୍ଵାରା ମାଂସ ଭୋଜି ସେ ପୁଣି ମନ୍ତ୍ରୀ ଦିବ୍ୟସଙ୍କର ଫାର୍ମ ହାଉସ ରେ ବର୍ତ୍ତମାନ ଏକ ଲଜ୍ଜାଜନକ ଓ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣା ଅନୁସାରେ, ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ ସ୍ବର୍ଗତ କିଶୋର ମହାନ୍ତି ଙ୍କ ବିୟୋଗରେ ଗୋଟିଏ ପଟେ ଭବାନୀପାଟଣା ବିଜେଡ଼ି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା, ସେଠାରେ ଅନ୍ୟ ପକ୍ଷରେ ପୂର୍ବତନ ବିଧାୟକ ଅନାମ ନାୟକ କରୁଛନ୍ତି ନିଜ କିଛି ସହଯୋଗୀଙ୍କୁ ଧରି ମାଂସ ଭୋଜି। ସେ ପୁଣି କୌଣସି ହୋଟେଲ୍ କି ବଣ ରେ ନୁହଁ ଓଡ଼ିଶା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଫାର୍ମ ହାଉସ ରେ। ଏ ନେଇ ହୋଇଥିବା ଫୋଟ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲିବା ସହ କଳାହାଣ୍ଡି ବିଜେଡ଼ି ପାଇଁ ଏକ ପ୍ରକାର ଲଜ୍ଜା ଜନକ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପଟେ ମାମିତା ହତ୍ୟା ମାମଲା ରେ ମନ୍ତ୍ରୀ ଦିବ୍ୟ ଶଙ୍କର ଛନ୍ଦି ହୋଇଥିବା ବେଳେ, ଏ ଘଟଣା ତାଙ୍କ ପ୍ରତି କିଭଳି ଭାବରେ ପ୍ରଭାବିତ ହେଉଛି ଦେଖିବା ବାକି ରହିଛି। ଯେହେତୁ ମନ୍ତ୍ରୀ ସେ ଭୋଜିରେ ଯୋଗ ଦେଇ ନ ଥିଲେ, ତା ପରେ ମଧ୍ୟ ତାଙ୍କ ଫାର୍ମ ହାଉସ ରେ ଏଭଳି ଘଟଣା ଘଟଣା ତାଙ୍କ ରାଜନୈତିକ କ୍ୟାରିୟର ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସାଧାରଣରେ ପ୍ରକାଶ ପାଇଛି। ବ୍ୟୁରୋ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.