ଭୁବନେଶ୍ୱର :-
ଆଜିଠାରୁ ଆରମ୍ଭ ହେଲା କିଶୋର ଙ୍କ ପାଇଁ ଟୀକାକରଣ। ୧୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ଏହି ଟିକା ପ୍ରଦାନ କରାଯିବ। ଯେହେତୁ କି ଏବେ କୋରୋନା ର ତୃତୀୟ ଲହର ଆସୁଛି ଏ ନେଇ କିଶୋର ଙ୍କୁ ଟୀକାକରଣ ପାଇଁ ଜାନୁଆରୀ ୩ ଅର୍ଥାତ୍ ଆଜିଠାରୁ ସେମାନଙ୍କ ଟୀକାକରଣ ଆରମ୍ଭ ହୋଇଛି।
ପିଲାମାନଙ୍କ ଠାରେ ବୟସ୍କଙ୍କ ତୁଳନାରେ ୧.୭ ଗୁଣ ଆଣ୍ଟିବଡ଼ ପ୍ରସ୍ତୁତ କରିବା ନେଇ କୁହାଯାଇଥିଲା। ଟୀକାର ପ୍ରଭାବ ପିଲାଙ୍କ ଉପରେ ଭଲ ରହିବ ବୋଲି ଟୀକା ଉତ୍ପାଦନକାରୀ କଂପାନୀ ଭାରତ ବାୟୋଟେକ୍ ଦାବି କରିଛି। ପରୀକ୍ଷା ସମୟରେ ଏହି ଟୀକା ପିଲାଙ୍କ ଲାଗି ବହୁତ ସୁରକ୍ଷିତ ବୋଲି ଜଣାପଡ଼ିଥିଲା।
ଟୀକାକରଣ ପାଇଁ ଗତ ୧ ତାରିଖ ଠାରୁ କୋୱିନ୍ ଆପ ଓ ୱେବ୍ସାଇଟ୍ରେ ପଂଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥି ସହିତ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ମଧ୍ୟ ଅନୁମତି ମିଳିପାରୁଛି। ସେହିପରି ଜଣେ ଚାହିଁଲେ ଅନ୍ସ୍ପଟରେ ପଂଜିକରଣ କରି ମଧ୍ୟ ଟୀକା ନେଇପାରିବେ। ବ୍ୟୁରୋ ରିପୋର୍ଟ
