ଧାମନଗର :-
ଭଦ୍ରକ ଜିଲ୍ଲା ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ଦିବାସୀୟ ସାରସ୍ୱତ ସମାରୋହ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ମୁଖ୍ୟଅତିଥି ଭାବେ ଧାମନଗର ବିଧାୟକ ତଥା ଘାସଫୁଲର ସମ୍ପାଦକ ବିଷ୍ଣୁ ସେଠୀ, ବରେଣ୍ୟ ଅତିଥି ଭାବେ ବରିଷ୍ଠ କବି ଡ. ନୃସିଂହ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ କଥାକାର ବିଜୟ ନାୟକ ଯୋଗଦାନ କରିଥିଲେ। ଏକାଡେମୀ ସଦସ୍ୟ ପୂର୍ଣଚନ୍ଦ୍ର ବହଳୀ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଦୀପକୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେl ପ୍ରଥମ ଅଧିବେଶନରେ ଭଦ୍ରକର କଥା ସାହିତ୍ୟ ପରମ୍ପରା ଉପରେ ଆଲୋଚନା ହୋଇଥିବା ବେଳେ ଦ୍ୱିତୀୟ ଅଧିବେଶନରେ ଡ. ଶଶଧର ଦାସଙ୍କ ପୌରାହିତ୍ୟରେ ଭଦ୍ରକର ସାରସ୍ୱତ ପୃଷ୍ଠଭୂମିରେ ଧାମନଗର ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ମୁଖ୍ୟବକ୍ତା ଭାବେ ଡ. ବୈରାଗୀ ପଟ୍ଟନାୟକ, ସମ୍ମାନନୀୟ ଅତିଥିଭାବେ କାହ୍ନୁଚରଣ ପାଣିଗ୍ରାହୀ, ଶଚିକାନ୍ତ ପଣ୍ଡା ଓ ବାସୁଦେବ ତ୍ରିପାଠୀ ଯୋଗଦାନ କରିଥିବା ବେଳେ ଡ. ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ.ତୃତୀୟ ଅଧିବେଶନରେ କବିତା ପାଠ କାର୍ଯ୍ୟକ୍ରମରେ ରାଧାରାଣୀ ମହାପାତ୍ରଙ୍କ ପୌରହିତ୍ୟ କରିଥିବା ବେଳେ ଡ. ଅବନୀ ପ୍ରଧାନ, ଦିବ୍ୟସିଂହ ଦାସ ଅଧିକାରୀ, ଇଂ ଅଭୟ ସୂତାର, ରସାନନ୍ଦ ମହାପାତ୍ର ସମ୍ମାନନୀୟ ଅତିଥି ରୂପେ ଯୋଗଦେଇଥିଲେ। ଡ. ପ୍ରଶାନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ୬୦ରୁ ଉର୍ଦ୍ଧ୍ଵ କବି ସ୍ୱରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ମହ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଓ ଅନ୍ୟ ଦୁଇ ଅଧିବେଶନରେ ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସୁଚିତ୍ରା ପାଣିଗ୍ରାହୀଙ୍କ ରଚିତ ସଂଗୀତ ପରିବେଶିତ ହୋଇଥିଲା। ଧାମନଗର ରୁ କାହ୍ନୁ ଚରଣ ଜେନାଙ୍କ ରିପୋର୍ଟ
