ତାଳଚେର :-
ତାଳଚେରରେ ଦୁଇ ଦିନ ହେବ କୋଇଲା ଖଣି ବନ୍ଦ ପଡ଼ିଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ରୋଜଗାର ଓ ଅର୍ଥନୀତି ଉପରେ ପଡିଛି । ଜିଲ୍ଲା ପ୍ରଶାସନ, ଏମସିଏଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବିଧାୟକ ତାଳଚେରରେ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଆଜି ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।ସମାଧାନର ରାସ୍ତା ବାହାର କରୁନାହାନ୍ତି ।
ବିସ୍ଥାପନ ସମସ୍ୟା ବଢ଼ି ବଢ଼ି ଚାଲିଛି । ତାଳଚେରର ଥଇଥାନ ଅଧିକାରୀ ମଧ୍ୟ ନାହାନ୍ତି । ଦୀର୍ଘ ବର୍ଷ ଧରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଚାଳଚେରବାସୀଙ୍କ ପ୍ରତି ଅନ୍ୟାୟ ଓ ଅବିଚାର କରୁଛନ୍ତି । ଏଭଳି ଘଟଣା କେବେ ବି ଘଟିନଥିଲା । ଲୋକଙ୍କ ଦାବୀ ଓ ଅଭିଯୋଗ ଶୁଣିବା ପାଇଁ କେହି ନାହାନ୍ତି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ସମ୍ପତ୍ତି ନଷ୍ଟ ହେଉଛି । ଜମି ହରାଇଥିବା ଲୋକଙ୍କୁ ସେମାନଙ୍କ କ୍ଷତିପୂରଣ ମିଳୁନାହିଁ । ଏ ସମ୍ପର୍କରେ ରାଜ୍ୟ ସରକାର ମଧ୍ୟ ଚିନ୍ତା କରୁନାହାନ୍ତି । ଏହା ପ୍ରତିବାଦରେ ଜନଆନ୍ଦୋଳନ ହେବ ଏବଂ ଏହାକୁ ସାମ୍ନା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି।
ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ
