ପଦ୍ମପୁର :-
ପଦ୍ମପୁର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତ ର ମୁର୍ହାପାଲି ଗ୍ରାମ ରେ ପ୍ରକୃତି ବନ୍ଧୁ ମୀନକେତନ ସାହୁଙ୍କ ଆହ୍ବାନ କ୍ରମେ ଗ୍ରାମ ଜଳ ଓ ପରିମଳ କମିଟି ସଭାପତି ରୁକ୍ମଣ ସାହୁଙ୍କ ସଭାପତିତ୍ବରେ ଯୁବକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ବୈଠକରେ ଯୋଗଦେଇ ଶ୍ରୀଯୁକ୍ତ ସାହୁ ଗ୍ଲୋବାଲ୍ ୱାର୍ମିଂ , ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ଯୁବକ ମାନେ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନିମନ୍ତେ ସାମିଲ ହୋଇ ଜନ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥିର କରି ଥିଲେ ।ଏଥିସକାଶେ ଉପସ୍ଥିତ ଯୁବକଙ୍କୁ ନେଇ ସବୁଜ ସାଥୀ ମୁର୍ହାପାଲି ଗଠିତ ହେଲା ।ଚୁଡାମଣି ଧରୁଆଙ୍କୁ ସବୁଜ ସାଥୀ ମୁଖ୍ୟ ଓ ଚୈତନ୍ଯ ରଣାଙ୍କୁ ପ୍ରବକ୍ତା ଭାବରେ ମନୋନୀତ କରାଗଲା ।ହେମଚନ୍ଦ୍ର ସିଦାର, ଆଶିଷ ମିର୍ଦ୍ଧା, ପୁସ୍ତମ ଧରୁଆ, ତୁଳସୀରାମ ଧରୁଆ, ସୂମନ ମିର୍ଦ୍ଧା, ଗଂଗାଧର ମିର୍ଦ୍ଧା, ଛନ୍ଦାଚରଣ ମିର୍ଦ୍ଧା, ସାଗର ଧରୁଆ, ଲିଙ୍ଗରାଜ ଧରୁଆ, ପ୍ରତାପ ଧରୁଆ, ନୀଳ ମାଧବ ସିଦାର, ଡୋଲାମଣି ସିଦାର, ସଂଜଯ ସିଦାର, କ୍ଷୀରସାଗର ଧରୁଆ, ଜଗଦୀଶ ଧରୁଆ, ରାଜେଶ ସାହୁ, ହିମାଂଶୁ ସାହୁ ଓ ନୃତମ ଧରୁଆଙ୍କୁ ସବୁଜ ସାଥୀର ସଭ୍ୟ ଭାବେ ମନୋନୀତ କରାଗଲା । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
