ଭୁବନେଶ୍ବର :-
କୋଭିଡ୍ କଟକଣା ଭିତରେ ବିଧାନସଭା ଚାଲିବ ବୋଲି ଜଣାଯାଇଛି । ଆସନ୍ତା ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି ଏହି ଅଧିବେଶନରେ ମଧ୍ୟ କଟକଣା ଜାରି ରହିବ। ଏନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ବାଚସ୍ପତିଙ୍କ ସୂଚନା ମୁତାବକ, ବିଧାନସଭାର ସଦସ୍ୟମାନେ ଗୃହରେ ବସିବା ସହିତ ବାଚସ୍ପତି ଗ୍ୟାଲେରି, ପବ୍ଲିକ ଗ୍ୟାଲେରି, ଲୋକସେବା ଭବନରୁ ଯୋଗ ଦେଇପାରିବେ। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାୟିକାଙ୍କର କୋଭିଡ୍ ଟେଷ୍ଟ କରାଯିବ। ଖାଲି ସେତିକି ନୁହେଁ, ବିଧାୟକଙ୍କ ସହ ସମସ୍ତ ପିଏସଓ, ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ। ଏଥିପାଇଁ ଆସନ୍ତା ୨୮,୨୯ ଓ ୩୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।
ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
