ଡେଲାଙ୍ଗ :-
ବିଶ୍ବ ଐତିହ୍ୟ ସପ୍ତାହ ପାଳନ ଅବସରରେ ଡେଲାଙ୍ଗ ବ୍ଲକ ର ଅଗ୍ରଣୀ ସୋଚ୍ଛାସେବୀ ଅନୁଷ୍ଠାନ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା ପକ୍ଷରୁ ଡେଲାଙ୍ଗ ଐତିହ୍ୟ ସ୍ଥଳୀ ବେନୁପଡା ଗାଦି ବ୍ରହ୍ମ ମଠ ଠାରେ ପ୍ରଚାରପତ୍ର ଲୋକାର୍ପଣ କରାଯାଇଛି। ଗାଦି ବ୍ରହ୍ମ ମଠ ର ମହନ୍ତ ମହାରାଜ ଦାସରଥି ଦାସ ଲୋକାର୍ପଣ କରିଥିବାବେଳେ ଡେଲାଙ୍ଗ ବ୍ଲକ ର ଐତିହ୍ୟ ସ୍ଥଳୀ ଗୁଡିକ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ଡେଲାଙ୍ଗ ବ୍ଲକ ର ଐତିହ୍ୟ ବିଶ୍ଵନାଥ ପାହାଡ଼, ବେନୁପଡା ଗାଦି ବ୍ରହ୍ମ ମଠ, ବୌଦ୍ଧ ଗୁରୁ ଦିଙ୍ଗନାଗ ପ୍ରସ୍ତର ଆସନ,ଭୋର ଶୈଳ,ବ୍ରହ୍ମେଶ୍ଵର ମନ୍ଦିର, କୁମାର ଶ୍ଵର ମନ୍ଦିର, ବେଲେଶ୍ୱର ମନ୍ଦିର,ବଣିବକ୍ରେଶ୍ଵର ମନ୍ଦିର, ସୋମନାଥ ମନ୍ଦିର,ଅରାଗଡ ବୌଦ୍ଧ ସ୍ତୁପ,ବେରବୋଇ ଗାନ୍ଧୀ ପିଠ,ଭଳି ଐତିହ୍ୟ ସ୍ଥାନ ର ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା। ଡେଲାଙ୍ଗ ବ୍ଲକ ର ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ଆଇନଜୀବୀ ହୃଷିକେଶ ପାଢ଼ୀ ଙ୍କ ତତ୍ବାବଧାନରେ ଏହି ସଚେତନତା କାର୍ଯ୍ରକ୍ରମ ର ଲୋକାର୍ପଣ କରାଯାଇଛି । ଡେଲାଙ୍ଗ ବ୍ଲକ ର ଐତିହ୍ୟ ସ୍ଥଳୀ ଗୁଡିକ ଧିରେ ଧିରେ ସୁରକ୍ଷା ଅଭାବରୁ ନଷ୍ଟହେବାକୁ ବସିଥିବା ବେଳେ ଡେଲାଙ୍ଗ ବ୍ଲକ ର ସୋଚ୍ଛାସେବୀ ସଙ୍ଗଠନ ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ପଦେକ୍ଷପ କୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯାଇଛି। ଡେଲାଙ୍ଗ ଅଞ୍ଚଳ ର ଜନସାଧାରଣ ଏଥିପ୍ରତି ସଚେତନତା ହେବାପାଇଁ ଶ୍ରୀ ପାଢ଼ୀ ଅନୁରୋଧ କରିଛନ୍ତି।
