Type Here to Get Search Results !

ସମ୍ମିଳିତ ଆଦିବାସୀ ମଞ୍ଚ ର ଦାବି - ଆଦିବାସୀଙ୍କ FIR କୋଲାବିରା ଥାନା ଗ୍ରହଣ କରୁ

ଝାରସୁଗୁଡା :-

 କାଳିବାହାଲ ଜଙ୍ଗଲ ଜମି ଆଦି ମାପଚୁପ ସମୟରେ ସେହି ଗ୍ରାମର ୨୩ ବର୍ଷ ବୟସ ଆଦିବାସୀ ଯୁବକ ବାଳମକୁନ୍ଦ କିସାନକୁ ଝାରସୁଗୁଡା ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ନବକିଶୋର ଦାସଙ୍କ ଘନିଷ୍ଠ ହରେକୃଷ୍ଣ ହୋତା ମରଣାନ୍ତକ ଆକ୍ରମଣ ଓ ମାଡ଼ପିଟ କରିଥିବା ବିରୋଧରେ ଶହ ଶହ ଆଦିବାସୀ ମହିଳା, ପୁରୁଷ, ଛାତ୍ର, ବରିଷ୍ଠ ନାଗରିକ ତଥା ସମାଜ ସେବି ମାନଙ୍କ ଉପସ୍ଥିତିରେ ଶ୍ରୀକିସାନ ଦେଇଥିବା FIRକୁ ଦିର୍ଘ ୯ ଦିନ ବିତିଯାଇଥିଲେ ମଧ୍ୟ କୋଳାବିରା ଥାନା IIC ଶ୍ରୀଯୁକ୍ତ ସୁକୁମାର ତ୍ରିପାଠୀ ପଞ୍ଚିକୃତ କରିନାହାନ୍ତି। ବିଭିନ୍ନ ଖବର କାଗଜ ଓ ଇଲକ୍ଟ୍ରୋନିସ୍ ମିଡ଼ିଆରେ ପ୍ରକାଶିତ ସମ୍ମିଳିତ ଆଦିବାସୀ ସମାଜର ପ୍ରେସ ଇସ୍ତାହାରରେ ଜିଲ୍ଲା ପ୍ରଶାସନକୁ ଏହି ବାବଦରେ ଦିଆଯାଇଥିବା ଦାବିର ସମୟ ସୀମାର ଅନ୍ତିମ ଘଟିଛି। ଆଦିବାସୀ ମାନଙ୍କ ପ୍ରତି ଆଇନ କାନୁନରେ ପୋଲିସ ପ୍ରଶାସନ ପାତର ଅନ୍ତର କରୁଛି ଓ ଶୋଷଣ ମଧ୍ୟ କରୁଛନ୍ତି। ଦିର୍ଘ ୯ ଦିନ ବିତିଯାଇଥିଲେ ମଧ୍ୟ ଏହି ଅଞ୍ଚଳରେ ଦୁବୃତ ମାନେ ରାତିରେ ଆଦିବାସୀ ମାନଙ୍କ ଘରେ କବାଟ ବାଡେଇ ଭୟଭୀତ କରୁଛନ୍ତି। ସେଥିପାଇଁ ଏହି ଅଞ୍ଚଳର ଆଦିବାସୀ ମାନେ ଭୟ ଓ କାତରତାର ଯୋଗୁଁ ତାଙ୍କର ଦୈନନ୍ଦିନ ଜୀବନ ଯାପନରେ ବ୍ୟାଘାତ ଘଟୁଛି। ଏହି ଘଟଣା ଘଟିବାର ଦିର୍ଘ ୧୧ ଦିନ ବିତିଯାଇଥିଲେ ମଧ୍ୟ ଆଦିବାସୀ ତଥା ଏ ଅଞ୍ଚଳର ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ଦାସ, ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ ସାମଲ ତଥା ଜିଲ୍ଲାର ବିଧାୟକ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନବକିଶୋର ଦାସ ଏହି ଅଞ୍ଚଳ ପରିଦର୍ଶନ କରିନାହାନ୍ତି। ସେଥିପାଇଁ ସମ୍ମିଳିତ ଆଦିବାସୀ ସମାଜ ବିଶ୍ୱାସ କରୁଛି ଯେ ଏମାନେ ଆଦିବାସୀ ମାନଙ୍କର ପ୍ରବଳ ବିରୋଧୀ। ତେଣୁ ଆଗାମୀ ୧୮ ତାରିଖ ଦିନ ଆଦିବାସୀ ମାନଙ୍କ ମହାରାଲିରେ ପରମାନପୁର ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଆଦିବାସୀ, ଦଳିତ, ସାଧାରଣ ବର୍ଗ, ମହିଳା ପୁରୁଷ ପିଲାଛୁଆ ସାଙ୍ଗେ ଧରି ସମ୍ମିଳିତ ଆଦିବାସୀ ସମାଜ ଦ୍ୱାରା ଡାକରା ଦିଆଯାଇଥିବା ମହାରାଲିରେ ହଜାର ହଜାର ସଂଖ୍ୟାରେ ଯୋଗ ଦେବ ବୋଲି ଏହି ଅଞ୍ଚଳର ସମସ୍ତ ବାସିନ୍ଦା ସମ୍ମିଳିତ ଆଦିବାସୀ ସମାଜକୁ ତାର କାର୍ଯ୍ୟକାରିଣୀ ବୈଠକ ସମୟରେ ଆବେଦନ କରିଛନ୍ତି। ସମ୍ମିଳିତ ଆଦିବାସୀ ସମାଜର ଦାବି ବିଲମ୍ବରେ ହେଲେ ମଧ୍ୟ ଶ୍ରୀହୋତା ବିରୋଧରେ FIR IPC ୧୫୪ ଧାରାରେ ଉଦ୍ଧିଷ୍ଟ ନିୟମ ଅନୁଯାଇ ପଞ୍ଚିକୃତ କରାଯାଉ ଓ ଶ୍ରୀହୋତାଙ୍କୁ ଏସ୍ ଟି/ଏସ୍ ସି ଆଟ୍ରୋସିଟି ଆକ୍ଟରେ ଶୀଘ୍ର ଗିରଫ କରାଯାଉ। ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ, ଜିଲ୍ଲାପାଳ ତଥା ବିଧାୟକ ଓ ମନ୍ତ୍ରୀ ନବକିଶୋର ଦାସ ଏହି ଉତପ୍ତ ଅଞ୍ଚଳକୁ ପରିଦର୍ଶନ କରନ୍ତୁ ନହେଲେ ଏମାନେ ଆଦିବାସୀ ମାନଙ୍କ ବିରୋଧୀ ବୋଲି ତାଙ୍କ CCRରେ ଉଲ୍ଲେଖ କରି ଶୀଘ୍ର ବରଖାସ୍ତ କରାଯାଉ ବୋଲି ମୂଖ୍ୟମନ୍ତ୍ରୀ ତଥା ବିଭିନ୍ନ ବିଭାଗ ପାଖରେ ସମ୍ମିଳିତ ଆଦିବାସୀ ସମାଜ ଦାବି କରିବ। ଏହି ସଭାରେ ସଂଗଠନର ସଭାପତି ମାଧବ ସିଂହ ନାଏକ, ମୁଖ୍ୟ ଉପଦେଷ୍ଟା ମହେନ୍ଦ୍ର ନାଏକ, ଉପଦେଷ୍ଟା ପ୍ରଭାକର ଓରାମ, ରତ୍ନାକର ପ୍ରଧାନ, ମହାସଚିବ ଲିଙ୍ଗରାଜ ପ୍ରଧାନ, କାର୍ଯ୍ୟାଳୟ ସଚିବ ବିନୋଦ ବିହାରୀ ବାଗ, ଉପ ସଭାପତି ଫକୀରମୋହନ କିସାନ, ଦୁବରାଜ ମୁଣ୍ଡା, ପ୍ରେମ ସାଗର ଧୁରୁଆ, ଅଶୋକ ମାଝୀ, କଷ୍ଟୁ ପିଙ୍ଗ, ଫକୀର ନାଏକ, ନବୀନ ବୁଦୁଲା, ରାଜେଶ ନେଟୀ, କୋଷାଧ୍ୟକ୍ଷ ଗଙ୍ଗାଧର ଭୁଏ ପ୍ରମୁଖଙ୍କ ସହିତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.