କେନ୍ଦ୍ରାପଡ଼ା :-
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ପଞ୍ଚାୟତ ବିଜୟନଗର ଗ୍ରାମର ପୂର୍ବତନ ସରପଂଚ •✓ ଉତ୍ତମ ଚରଣ ତରାଇଙ୍କର ଏକାଦଶାହ କ୍ରିୟା କର୍ମ ଅବସରରେ ମହାକାଳପଡ଼ା ବିକାଶ ମଞ୍ଚ ସୌଜନ୍ୟରେ ତାଙ୍କର ବାସ ଭବନରେ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ତରାଇ ବିଜୟନଗର ପଞ୍ଚାୟତ ବାସୀଙ୍କର ଆଶୀର୍ବାଦ ଓ ଶ୍ରଦ୍ଧା ଲାଭ କରି ୪ ଥର ସରପଞ୍ଚ ହେବା ସହିତ ଗ୍ରାମର ଅନେକ ବିକାଶ ମୂଳକ କାର୍ଯ୍ୟ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଉକ୍ତ ସଭାରେ ମହାକାଳପଡ଼ା ମାଟିର ପୁଅ ଓ ମହାକାଳପଡ଼ା ବିକାଶ ମଞ୍ଚ ର ସଭାପତି ଶ୍ରୀ କାଶୀନାଥ ରାଉତରାୟ ,ବିକାଶ ମଞ୍ଚ ର ସଦସ୍ୟ ଧନେଶ୍ଵର ସେଠି ,ନିର୍ମଳ ଓଝା , କମଳାକାନ୍ତ ବାରିକ୍ ,ରାଜେଶ୍ ମହାପାତ୍ର , ଟିଟୁ ଦାସ , ଶଙ୍କର୍ଷଣ ସ୍ବାଇଁ ,ବିରେନ୍ଦ୍ର ସାହୁ ,ପବିତ୍ର ମାଇତୀ ,ଜନ୍ମେଜୟ ମଲିକ ,ପୂର୍ଣ୍ଣଚନ୍ଦ୍ର ମଲିକ ଙ୍କ ସହିତ ମହାକାଳପଡ଼ା ମାଟିର ପୁଅ ଓ ସମାଜ ସେବୀ ଯୁବ ସାମ୍ବାଦିକ ନିରଞ୍ଜନ ଓଝା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ବରିଷ୍ଠ ନେତା କୃତିବାସ ପାତ୍ର ,ଧ୍ରୁବ ଚରଣ ସାହୁ ,କିଶୋର ତରାଇ ,ଭାରତୀୟ ଜନତା ପାର୍ଟିର ନେତା ବିଜୟ ପ୍ରଧାନ ,ଦୁର୍ଗା ପ୍ରସନ୍ନ ନାୟକ ,ସନ୍ତୋଷ ପରିଡ଼ା ,ବିଶ୍ୱଜିତ୍ ମହାପାତ୍ର ,ଆଇନ୍ ଯିବି ଅକ୍ଷୟ କୁମାର ମାଥ ଙ୍କ ସମେତ ରାଜ୍ୟ ଓସ୍ତାର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ •✓ ଉତ୍ତମ ଚରଣ ତରାଇଙ୍କର ଅମର ଆତ୍ମାର ସଦ୍ଦଗତି ନିମନ୍ତେ ପ୍ରାରମ୍ଭରେ ୨ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ଓଝା ଙ୍କ ରିପୋର୍ଟ
