ଭୁବନେଶ୍ବର :-
ଆଜି ମିଳିତ ଜାତିସଂଘ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ବଜେବି ନଗର ଠାରେ ବିଶ୍ଵ ମାନବ ଅଧିକାର ସୁରକ୍ଷା ସଂଗଠନର ଏକ ନୂତନ ଶାଖା ଅନୁଷ୍ଠିତ ହୋଇଯାଇଛି। ମାନବ ଅଧିକାର ଅର୍ଥାତ ସମସ୍ତଙ୍କ ର ମୌଳିକ ଅଧିକାର। ଆଜିକାଲି ଭଳି ଜଟିଳ ସମାଜରେ ମାନବିକ ଅଧିକାର ର ବିସ୍ତୃତ ତାଲିକା ଦେବା ସମ୍ଭବ ନୁହେଁ। ମାନବ ଅଧିକାରର ଅର୍ଥ ହେଉଛି ସମସ୍ତଙ୍କୁ ସବୁ ଅଧିକାର ଦେବା , ଯାହା ବ୍ୟକ୍ତିର ଜୀବନ, ସ୍ୱତନ୍ତ୍ରତା, ସମ୍ମାନତା ଓ ପ୍ରତିଷ୍ଠା ସହ ଜଡ଼ିତ। ଏହି ଅଧକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ କୋର୍ଟ ଦ୍ୱାରା ଦଣ୍ଡ ଦିଆଯାଇଥାଏ । ଏହିସବୁ କାର୍ଯ୍ୟ ଉପରେ ବିଶ୍ଵ ମାନବ ଅଧିକାର ସୁରକ୍ଷା ଓ ସଂଗଠନ କାର୍ଯ୍ୟ କରି ଆସୁଛି।
ଏହି କାର୍ଯକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅଭିନ୍ନ ହୋତା,ପ୍ରଦୀପ କୁମାର ହୋତା, ଡ଼ା ଅଜିତ ପ୍ରସାଦ ଜେନା,ଡ଼ା ଲୋକନାଥ ନାୟକ, ଲିନୁ ମିଶ୍ର, ସଞ୍ଜୀବ ମିଶ୍ର, ସମୀର କୁମାର ତ୍ରିପାଠୀ, ସୁରେନ୍ଦ୍ର କୁମାର ମହାନ୍ତି, ସିଦ୍ଧ ମହାନ୍ତି, ସଂଘମିତ୍ରା ମହାନ୍ତି, ସ୍ୱାତିସ୍ମିତା ମହାପାତ୍ର ଏବଂ ବିଦ୍ୟୁତ୍ ଲତା ମହାନ୍ତି ସହଯୋଗ କରିଥିଲେ।
ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
