Type Here to Get Search Results !

ଝାରସୁଗୁଡ଼ା ରୁ ଖାରଗୁଡ଼ା ହେବାକୁ ବେଶୀ ସମୟ ନାହିଁ

 


ଝାରସୁଗୁଡ଼ା :-

ଝାରସୁଗୁଡ଼ା ଭଳି ସମ୍ବେଦନଶୀଳ ଶିଳ୍ପ ବହୁଳ ଜିଲ୍ଲାରେ ବେଦାନ୍ତ କମ୍ପାନୀ ରାଜନୈତିକ ଚାପରେ ଓ ସ୍ଥାନୀୟ ଅଧିକାରୀଙ୍କ ବ୍ୟବସାୟିକ ସ୍ବାର୍ଥ ଯୋଗୁଁ ଦିସାହିନ ବର୍ଯ୍ୟ ବସ୍ତୁ (ପାଉଁଶ) ପରିଚାଳନା ପାଇଁ ସ୍ଥାନୀୟ ଲୋକଙ୍କ ଉପରେ ଅଭିଶାପ ସାଜିଥିବା ବେଳେ କିଛି ନିର୍ଦ୍ଧିଷ୍ଟ ସୁବିଧାବାଦୀ ଙ୍କ ପାଇଁ ଏହା ପୁଷ ମାସ ହୋଇଛି । ଜିଲ୍ଲାର ଲୋକେ ପାଉଁଶ ବନ୍ୟା ର ପ୍ରଦୂଷଣ ପାଇଁ ନଦୀ ନାଳ ଜଙ୍ଗଲ ସହର ଚାଷଜମି ସବୁଠି ତ୍ରାହି ତ୍ରାହି ହେଉଥିବା ବେଳେ ଝାରସୁଗୁଡ଼ା ନିକଟସ୍ଥ କୁମୁଡାପାଲି ରେ ସରକାରୀ ନିୟମ ଅନୁସାରେ ଜଙ୍ଗଲ ଜମିରେ ପାଉଁଶ ପରିଚାଳନା ପାଇଁ ବାରଣ ଥିବା ସତ୍ବେ ଜଙ୍ଗଲରେ ପ୍ରାୟ ୫୦ ଏକର ଜଙ୍ଗଲ ଜମିରେ ବନ୍ଧୁକ ମୂନରେ ସ୍ଥାନୀୟ ନିରିହ ଲୋକଙ୍କୁ ଭୟଭୀତ କରି ଦିନରାତି ବେଦାନ୍ତ କମ୍ପାନୀର ମାଫିଆ ଗୋଷ୍ଠୀ ବିଷାକ୍ତ ପାଉଁଶ ପକାଇବା ସହ ଗୁଣ୍ଡା ରାଜ ଚଲେଇ ରଖିଛନ୍ତି । ଏ ଘଟଣା ବିଷୟରେ ସ୍ଥାନୀୟ କୁରେବଗା ଓ କୁମୁଡାପାଲି ର ଲୋକେ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ଝାରସୁଗୁଡ଼ା କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବାରୁ ଏକ ଦାୟିତ୍ଵ ସମ୍ପନ୍ନ ପଞ୍ଜିକୃତ ସଂସ୍ଥା ଅନୁସାରେ ଅନୁରୋଧ ରକ୍ଷାକରି ତା.୧୭/୬/୨୦୨୧ ରିଖ ଦିନ ୧୨ଟା ସମୟରେ ଘଟଣା ସ୍ଥଳ କୁମୁଡାପାଲି ଜଙ୍ଗଲକୁ ଯାଇ ପରିଦର୍ଶନ କରି ଜଙ୍ଗଲରେ ବେଆଇନ୍ ପାଉଁଶ ବନ୍ୟା ଦୃଶ୍ୟ ର ଭିଡିଓ ଉତ୍ତୋଳନ କଲାବେଳେ ବେଦାନ୍ତ କମ୍ପାନୀର ଗୁଣ୍ଡା ବାହିନୀ ସହ ଉଚ୍ଚବାଚ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା।  ଫଳ ସ୍ବରୂପ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ଝାରସୁଗୁଡ଼ା ପକ୍ଷରୁ ସଭାପତି ସତ୍ୟନାରାୟଣ ରାଓ ଓ ସଂଯୋଜକ ଦେବାନନ୍ଦ ବାରିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଝାରସୁଗୁଡ଼ା ବନାଞ୍ଚଳ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। 


 ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ତତକ୍ଷଣାତ୍ ଜଙ୍ଗଲ ଆଇନ ଅନୁଯାୟୀ ବେଦାନ୍ତ କମ୍ପାନୀର ବିଷାକ୍ତ ପାଉଁଶ ପୋଖରୀ କାମ ବନ୍ଦ କରିବା ସହ ରାଜସ୍ୱ ଅଧିକାରୀମାନଙ୍କ ସହ ମିଳିତ ଭାବେ ସରଜମିନ୍ ତଦନ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ।  କୈାଣସି ପରିସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ସ୍ବାଭିମାନ ପାଇଁ ବେଦାନ୍ତ କମ୍ପାନୀର ଗୁଣ୍ଡା ରାଜ କୁ ବରଦାସ୍ତ କରାଯିବ ନାହିଁ । ଏଣୁ ସମସ୍ତ ଜିଲ୍ଲା ବାସୀଙ୍କୁ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ଝାରସୁଗୁଡ଼ା ପକ୍ଷରୁ ଅନୁରୋଧ କରା ଯାଇଛି କି ଆପଣଙ୍କ ଆଖ ପାଖରେ ହେଉଥିବା ବେଆଇନ୍ ପାଉଁଶ ପରିଚାଳନା ବିରୁଦ୍ଧରେ ସ୍ବର ଉତ୍ତୋଳନ କରନ୍ତୁ ନଚେତ୍ ଖୁବ୍ କମ୍ ସମୟ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ଏକ ପାଉଁଶ ପାହାଡ଼ ରେ ପରିଣତ ହୋଇ ଏହାର ଅସ୍ତିତ୍ବ ହରାଇବା ସହ " ଖାରଗୁଡା" ରେ ପରିଣତ ହୋଇଯିବ । 

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.