ତିହିଡି :-
ତିହିଡି ବ୍ଲକ ଅନ୍ତର୍ଗତ ପିରହଟ୍ ମୁସଲିମ ବସ୍ତି ରେ ଗ୍ୟାସ୍ ସିଲିଣ୍ଡର୍ ଫାଟି । ସହାଜି ପାରିବାର ପାଞ୍ଚ ବଖରା ଘର ପୋଡ଼ି ସମ୍ପୂର୍ଣ ପାଉଁଶ ହୋଇଯାଇଛି ଓ ଘରର ସମସ୍ତ ଆସବାବ ପୋଡି ଜଳିଯାଇଛି, ଏଥିରେ ତିନିଜଣ ଆହତ ହୋଇଛନ୍ତି।ଗୋପବନ୍ଧୁ ସେବା ସଂଘ୍ ଖବର ପାଇ ସହାଜୀ ପରିବାରଙ୍କୁ ସମବେଦନା ଜଣେଇବା ସହ 20 ଦିନ ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ସାମଗ୍ରୀ ,ଲୁଗା, ଗାମୁଛା, ମଶାରୀ , ବାଲ୍ଟି, ମଗ୍, ସପ୍ ପ୍ରଦାନ କରିଛନ୍ତି। ସଂଘର ସଭାପତି ରାଜୀବ କୁମାର ନାୟକ, ଉପସଭାପତି ରତାନକର୍ ସାହୁ, ସମ୍ପାଦକ, ନିର୍ମଳ ଦଳେଇ , କୋଷାଧ୍ୟକ୍ଷ ହେମନ୍ତ କୁମାର ମଲ୍ଲିକ, ଦୀପକ୍ ପରିଡ଼ା , ଅଭିରାମ ଦାସ, ଲିଆକାତ୍, ପ୍ରବୀର୍ କୁମାର ଧଳ, ତାରାକାନ୍ତ ପଣ୍ଡା, ନିରାକାର୍ ମଲ୍ଲିକ, କାର୍ତ୍ତିକ ମଲ୍ଲିକ , ଶରତ ଚନ୍ଦ୍ର ମଲ୍ଲିକ, ଆକାଶ ଜେନା, ହିମାଂଶୁ ମଲ୍ଲିକ ଗୋଲାମ ମୁସ୍ତପା , ମୃତ୍ୟୁଞ୍ଜୟ ସାହୁ ଏ ସମସ୍ତେ ଉପସ୍ଥିତ ଥିଲେ । ତିହିଡ଼ି ବ୍ଲକ୍ ରୁ ମଦିନା ବିବି ଙ୍କ ରିପୋର୍ଟ