ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର ଏକଜ୍ଯୁକେଟିଭ କମିଟିର ବୈଠକ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଉପଖଣ୍ଡ ଚିକିତ୍ସାଧୀକାରୀ ଡଃ ତହସିଲ ସାହୁ ଉପସ୍ଥିତ ସଦସ୍ଯ ମାନଙ୍କୁ ସ୍ବାଗତ ଜଣାଇବା ସହିତ ଉପଖଣ୍ଡ ର ସୁବିଧା ଅସୁବିଧା ଉପରେ ଆଲୋଚନା କରିବା ସହିତ ପଦ୍ମପୁର ସହରାଞ୍ଚଳ ରେ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ମାନଙ୍କୁ ଖୁବଶୀଘ୍ର କୋଭିଡ ଟୀକାକରଣ ନିଷ୍ପତ୍ତି ର ସୂଚନା ପ୍ରଦାନ କରିଥିଲେ । ବୈଠକ ରେ ନିଆ ଯାଇଥିବା ଅନ୍ଯାନ୍ଯ ନିଷ୍ପତ୍ତି ମଧ୍ଯରେ ଚିକିତ୍ସାଳୟ ପରିସରରେ ଡ୍ରେନେଜ ସିଷ୍ଟମ ର ମରାମତି ଚିକିତ୍ସାଳୟ ସମ୍ମୁଖରେ ପ୍ରବେଶ ଏବଂ ପ୍ରସ୍ଥାବ ପାଇଁ ଦୁଇ ଗୋଟି ଗେଟ୍ ନିର୍ମାଣ,ଓ ପିଡି ପାଇଁ ଇନର୍ସଟର କ୍ରୟ,ଅନ୍ଯାନ୍ଯ ଆନୁସଙ୍ଗିକ ଦ୍ରବ୍ଯ କ୍ରୟ,ପାର୍କି ସେତ ନିର୍ମାଣ ପ୍ରଭୃତି ଅନ୍ତର୍ଭୁକ୍ତ ଥିଲା । ଉକ୍ତ ବୈଠକ ରେ ପଦ୍ମପୁର ଏନଏସି ନିର୍ବାହୀ ଅଧିକାରୀ ଶ୍ରୀ ଜୟନ୍ତ ସାହୁ,ସମନ୍ଵିତ ଶିଶୁ ବିଭାଗ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁନୀତି ଦେବତା,ପଦ୍ମପୁର ଆଇଆଇସି ଶ୍ରୀ ରାଜେନ୍ଦ୍ର ସିଆଲ,ଡା ଜି ପି ଏସ ମିଶ୍ର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ଆଡଭୋକେଟ ଶ୍ରୀ ଚିନ୍ମୟ ପଣ୍ତା ଓ ଆଶିଷ ମିଶ୍ର,ହସିପିଟାଲ ମେନେଜର ଶ୍ରୀ ଦିବ୍ୟ କିଶୋର ମେହେର,ସମାଜସେବୀ ଶ୍ରୀ ନିରୋଜ ଦୋରା,ଏବିଇଓ ଶ୍ରୀ ବିପିନ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ