Type Here to Get Search Results !

ଅନ୍ୟ ଜାତିରେ ପୁଅ ହେଲା ବାହା, ମା କଲା ଆତ୍ମହତ୍ୟା

 


ନବରଙ୍ଗପୁର :-

ପୁଅ ଟି ଅନ୍ୟ ଏକ ଜାତି ର ଝିଅ କୁ ବାହା ହେଇ ଗଲା ବୋଲି ମା ର ଆତ୍ମହତ୍ୟା କରିଦେଇଥିବା ପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଦେଖିବା କୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ରାଇଘର ନିକଟସ୍ଥ ଭାରଶୁଣ୍ଡି ଗ୍ରାମ ର ଶୋଭା ମାଲି ନିକଟସ୍ଥ ସୋନପୁର ଗ୍ରାମ ର ଦୁଲାଲ ମାଲି ଙ୍କ ସହ ବହୁ ବର୍ଷ ତଳେ ବିବାହ କରିଥିଲେ। ଏମାନଙ୍କ ୨ ପୁଅ ଓ ୨ ଝିଅ ମଧ୍ୟ ଜନ୍ମ ହୋଇଥିଲେ। ୨ ଝିଅ ମଧ୍ୟ ବିବାହ କରିସାରିଛନ୍ତି। ତେବେ ଗତ ବର୍ଷ ଶୋଭା ଙ୍କ ର ବଡ଼ ପୁଅ ଅନ୍ୟ ଏକ ଜାତି ର ଝିଅ କୁ ବିବାହ କରି ଅନ୍ୟତ୍ର ରହୁଥିଲେ। କିନ୍ତୁ ମା ଶୋଭା ମାଳି ଏଥିରେ ଘୋର ଆସୋନ୍ତଷ ପ୍ରକଟ କରି ମନ ବିସ୍ଥାପ ରେ ଥିଲେ ଓ ବର୍ଷେ ହେଲା ସେ ସୋନପୁର ଘରେ ନ ରହି ସମର୍କିୟ ଙ୍କ ଘରେ ରହି ଆସୁଥିଲେ। ଗତ ୩ ମାସ ହେଲା ଉମରକୋଟ ଡି ଏନ୍ କେ ରେ ରହୁଥିବା ଭାଇ ଙ୍କ ଘରେ ରହୁଥିଲେ। ତେବେ କାଲି  ଭାରସୁଣ୍ଡି ଗ୍ରାମ କୁ ଯିବି ବୋଲି ଭାଇ ଙ୍କ ଘରେ କହିଥିଲେ। ତେବେ ଭାଇ ଙ୍କ ପୁଅ ଲୋକ ଡାଉନ୍ ଥିବା ଯୋଗୁ ବସ ନ ଚାଲୁଥିବା ରୁ ଅଟୋ ଭଡା କରି  ଯାଅ ବୋଲି କହିଥିଲେ କିନ୍ତୁ ପିଉସୀ ଶୋଭା କହିଥିଲେ ନା ମୁ ପିଉସା ଙ୍କୁ ଫୋନ କରିଛି ସେ ବାଇକ ନେଇ ଉମରକୋଟ ଆସିବେ ତାଙ୍କ ସହ ଯିବି ବୋଲି କହି ଘରୁ ଚାଲି ଚାଲି ବହାରିପଡିଥିଲେ। ଘର ଲୋକ ମଧ୍ୟ ଭାବିଲେ ସେ ଭାରଶୁଣ୍ଡି ଯାଇଥିବେ। କିନ୍ତୁ ଆଜି ଖବର ଆସିଲା ଉମରକୋଟ ଠାରୁ ମାତ୍ର ୧ କିଲୋମିଟର ଦୂର ରେ ଥିବା ୧ ନ ୱାର୍ଡ ରେ ଆସୁଥିବା ଦର୍ଗ। ଗୁଡା ଗ୍ରାମ ରେ ଶୋଭା ମାଳି ଏକ ନିମ୍ବ ଗଛରେ । ନିଜେ ଗୁଡେଇ ଥିବା ସ୍କାର୍ପ ରେ ବେକରେ ଭିଡ଼ି ଆତ୍ମ ହତ୍ୟା କରିଥିଲେ। ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ କୁ ଉମରକୋଟ ହସ୍ପିଟାଲ୍ ଆଣି ବ୍ୟବଚ୍ଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ୍ୟୁ ବେଳକୁ ଶୁଭ ମାଳି ଙ୍କ ର ପ୍ରାୟ ୫୫ ବର୍ଷ ହେଇଥିବା ଅନୁମାନ କରାଯାଉଛି। ଉମରକୋଟ ଥାନା ର ଏସ ଆଇ କୁଳ ଭୂଷଣ ନାୟକ ତଦନ୍ତ କରି ଅଫିସର ଭାବେ ଘଟଣା ର ଅଧିକ ତଦନ୍ତ ଜାରି ରଖିଛନ୍ତି।

ନବରଙ୍ଗପୁରରୁ ଗୋବିନ୍ଦ ବିଶ୍ଵାସ ଙ୍କ ରିପୋର୍ଟ୍  

Post a Comment

0 Comments
* Please Don't Spam Here. All the Comments are Reviewed by Admin.