Type Here to Get Search Results !

ଖବର ପ୍ରକାଶକୁ କେନ୍ଦ୍ର କରି ଯୁବ ସାମ୍ବାଦିକକୁ ଆକ୍ରମଣ ସହ ହତ୍ୟା ଧମକ

 ପୋଲିସ ଛତ୍ରଛାୟାରେ ଚାଲିଛି ମଦ କାରବାର, କରୋନା କଟକଣା ଉଲଂଘନ କରି ଖୁଲମଖୁଲା ମଦ ବ୍ୟବସାୟ 



ଅନୁଗୁଳ :-

ଖବର ପ୍ରକାଶକୁ କେନ୍ଦ୍ର କରି ଯୁବ ସାମ୍ବାଦିକ ସତ୍ୟ ଶମ୍ଭୁ ନାଏକଙ୍କୁ ମଦ କାଉଣ୍ଟର କର୍ମଚାରୀ ମିଳିତ ହୋଇ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମୋବାଇଲ ଛଡାଇ ନେବା ସହ ଜୀବନରେ ମାରି ଦେବାକୁ ଧମକ । ସ୍ୱାଧୀନ ଭାରତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ବିପଦରେ । 

ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ କରୋନା କଟକଣାକୁ ମଦ କାଉଣ୍ଟର ଉଲଘଂନ ନ୍ୟୁଜ ଯୋଗୁଁ ମଦ କାଉଣ୍ଟର ଜୋରିମନା ଗଣିଥିଲେ । ଉକ୍ତ ଖବରକୁ କେନ୍ଦ୍ର କରି ଆଜି ୬ରୁ ଉର୍ଦ୍ଧ କର୍ମଚାରୀ ମିଳିତ ହୋଇ ଯୁବ ସାମ୍ବାଦିକ ସତ୍ୟ ସମ୍ଭୁ ନାଏକଙ୍କୁ ଅତର୍କିତ ଆକ୍ରମଣ କରିଥିବା ସୂଚନା ମିଳିଅଛି । ଅନୁଗୋଳ ଜିଲ୍ଲା ତାଳଚେର, ବିକ୍ରମପୁର ଥାନା ଅଞ୍ଚଳର ମୁଣ୍ଡା ବଜାର ନିକଟରେ ଥିବା ଵିଦେଶୀ ମଦ ଦୋକାନ ଖୁଲମଖୁଲା ଆଇନକୁ ଉଲଂଘନ କରି ଦିବା ୨.୩୦ରୁ ୩ ଘଟିକା ସମୟରେ ଦୋକାନ ଖୋଲା ରଖିଥିବା ଦେଖି ସତ୍ୟ ସମ୍ଭୁ ନିଜର ମୋବାଇଲ ଯୋଗେ ଫୋଟ ଉତ୍ତୋଳନ ସମୟରେ ୬ରୁ ଉର୍ଦ୍ଧ ବ୍ୟକ୍ତି ମିଳିତ ହୋଇ ତାଙ୍କୁ ମାଡ଼ ମାରିବା ସହ ମୋବାଇଲ ଛଡାଇ ନେଇଥିଲେ । ପରେ ଏସମ୍ପର୍କରେ ସତ୍ୟ ସମ୍ଭୁ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଅଛି । ଥାନା ଅଧିକାରୀ ଏସମ୍ପର୍କରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରକାଶ କରିଥିବା ସୂଚନା ରହିଅଛି ।

ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.