ଭୁବନେଶ୍ବର : -
ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବାର ପୋଲିସକୁ ଖବର ମିଳିଥିଲା। ଝାରପଡାର ଚିକେନ କାଉଣ୍ଟରରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ସମ୍ପୃକ୍ତ କାଉଣ୍ଟରରେ ୨୦ ଟି ଗୋଧିକୁ କାଟି, ତାହାର ମାଂସ ବିକ୍ରି ହେଉଥିବାର ପୋଲିସ ଦେଖିବାକୁ ପାଇଥିଲା। ଲକ୍ଷ୍ମୀସାଗର ପୋଲିସ ମାଂସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ