ଝାରସୁଗୁଡ଼ା :-
ଝାରସୁଗୁଡ଼ା ବିଟିଏମ୍ ଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବହୁ ପୁରାତନ କୂଅ ରୁ ପଙ୍କ ଉଦ୍ଧାର । ଝାରସୁଗୁଡା ଜିଲ୍ଲାରେ ବନ୍ଦ ହୋଇ ପଡ଼ି ରହିଛି ବହୁ ପୁରାତନ ଜିଲାର ପ୍ରଥମ ଶିଳ୍ପ ଭାସ୍କର ସୁତାକଳ। 1999 ମସିହାରୁ ବନ୍ଦ ହୋଇ ରକ୍ଷଣାବେକ୍ଷଣ ଅଭାବରୁ ପଡିରହିଛି। କିନ୍ତୁ ଭାସ୍କର ସୁତା କଳର ଯେଉଁ କଲୋନୀ ରହିଛି ତାହା ବିଭିନ୍ନ ସମସ୍ୟା ଘେରରେ ଅଛି। କଲୋନୀ ର ବହୁ ପୁରାତନ ୪ଟି କୂଅ ରହିଛି । ଯେଉଁ କୂଅ ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଯେଉଁ ସମୟରେ ଭାସ୍କର ସୁତାକଳ ଚାଲୁଥିଲା ସେହି ସମୟରେ ଏହି ୪ଟି କୂଅ ରେ କଲୋନୀ ବାସିନ୍ଦା ନିର୍ଭର କରୁଥିଲେ। ପରବର୍ତ୍ତୀ ସମୟରେ କଲୋନୀ ରେ କେତଟି ନଳକୂପ ସ୍ଥାପନ କରିବାପରେ । ୪କୂଅ ର ଆଉ ରକ୍ଷଣାବେକ୍ଷଣ ଆଉ ଠିକ ହୋଇ ପାରିଲାନି। ଯାହା ଏବେ କୂଅ ପୋତି ହବା ଅବସ୍ଥାରେ। ଏହିଭଳି ବିରାଟକାୟ କୂଅ ଯଦି ପୋତି ହୋଇଯାଏ ଅଗମୀ ଦିନରେ ପାଣିର ସମସ୍ୟା ଦେଖାଯାଇପାରେ । ଏହି ଭଳି ସ୍ଥିତିରେ ବିଟିଏମ୍ କଲୋନୀର ନରେନ୍ଦ୍ର ଆପଟ ଙ୍କ ନେତ୍ତୃତ୍ୱରେ କିଛି ଯୁବକ ପୋତି ହୋଇଯାଉଥିବା କୁଅ କୁ ଉଧାର କରିବାକୁ ଅଂଟା ଭିଡିଛନ୍ତି।
ପ୍ରଶାସନିକ ଅଧିକାରୀ ଙ୍କୁ ଅପେକ୍ଷା ନକରି ନିଜ୍ଵସ ଖର୍ଚ୍ଚରେ ପ୍ରଥମେ ଗୋଟିଏ କୂଅ କୁ କିଭଳି ଉଧାର ହେବ ଲାଗି ପଡ଼ିଥିଲେ କିଛି ଯୁବକ। ସକାଳ ୬ଟା ରେ ପ୍ରଥମେ କୁଅରେ ପାଣି ମଟର ଲଗାଇ ଅପରିଷ୍କାର ପାଣିକୁ ବାହାର କରାଯାଇଥିଲା । ଏହାପରେ ନିର୍ଗତ ପଙ୍କ କୁ ୪ଘଣ୍ଟା ପରିଶ୍ରମ ପରେ ପଙ୍କ କୁ ଉଧାର କରାଯାଇଥିଲା। ଶନିବାର ସଟ ଡାଉନ ଥିବାବେଳେ ଘରେ ବସିବା ଅପେକ୍ଷା ଏଭଳି କାମ କରି କଲୋନୀର ନରେନ୍ଦ୍ର ଆପଟ, ନିରଞ୍ଜନ ଡାକୁଆ, ରବିନ୍ଦ ସାବତ, ବାପି ଦଳାଇ, ବାସୁ, ରାଜୁ ଶ୍ରୀବସ୍ତାଵ,ଟୁନା , ସନ୍ତୋଷ, ଚୈତନ୍ୟ ସାହାଣୀ, ରମେଶ ଡାକୁଆ, ଦୀପକ ପାତ୍ର, ସଁଙ୍କର ଦଳବେହେରା,କିଛି ଯୁବକ ବେଶ ପ୍ରଶଂସା ସାଉଁଟିଛନ୍ତି।ଏହା ସହିତ ଆଉ ୩ ଟି ପୋତି ହବାକୁ ଯାଉଥିବା କୂଅ କୁ ମଧ୍ୟ ଉଦ୍ଧାର କରିବାର ଲକ୍ଷ୍ୟ ରହିଛି। ତେବେ ସରକାରଙ୍କ ନିୟମ ଅନୁଯାୟୀ ବର୍ଷା ପାଣିକୁ ସଞ୍ଚୟ କରି ରଖିବା ଯୋଜନା ଥିବାବେଳେ ଏତେ ବଡବଡ କୂଅ ପୋତି ହବାକୁ ବସିଲାଣି ତାହା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେବା ଦରକାର। ବ୍ୟୁରୋ ରିପୋର୍ଟ