Type Here to Get Search Results !

ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଓଡିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭଦ୍ରକ:

 ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ରବୀନ୍ଦ୍ରନାଥ ମିଶ୍ର ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ବନ୍ୟା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଏହି ଅବସରରେ ସେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ ଆଲୋଚନା କରି ବନ୍ୟା ପ୍ରଭାବିତ ଲୋକଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟସେବା, ରୋଗ ନିରୀକ୍ଷଣ ଓ ପ୍ରତିରୋଧମୂଳକ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ।

ନିର୍ଦ୍ଦେଶକ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ୍‌ର ବିଭିନ୍ନ MRC ପଏଣ୍ଟ ପରିଦର୍ଶନ କରି ସେଠାରେ ଉପଲବ୍ଧ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ।

ସେହିପରି ଡାଳଙ୍ଗ ଓ ଜଳହରି ଅଞ୍ଚଳର ବିଭିନ୍ନ ଘରକୁ ଯାଇ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ରୋଗ ପ୍ରତିରୋଧ ଓ ନିରୀକ୍ଷଣ ଭଳି କାର୍ଯ୍ୟର ଯାଞ୍ଚ କରିଥିଲେ।

ବନ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ଓ ମଶାବାହିତ ରୋଗର ନିୟନ୍ତ୍ରଣ ପାଇଁ ନିରନ୍ତର ନିରୀକ୍ଷଣ ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ତୁରନ୍ତ ଯୋଗାଇଦେବା ଉପରେ ନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଥିଲେ। ଭଦ୍ରକ ଜିଲ୍ଳାରୁ ଶୁଭ୍ରଜିତ ପାଲଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.