ଭଦ୍ରକ :
ବନ୍ୟା ପ୍ରଭାବିତ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ସ୍ୱାସ୍ଥ୍ୟସେବା ଓ ଔଷଧ ବଣ୍ଟନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ରାପିଡ୍ ରେସ୍ପନ୍ସ ଟିମ୍ (RRT) ଜଗନ୍ନାଥପୁର ଗ୍ରାମରେ ପହଞ୍ଚି ଆବଶ୍ୟକୀୟ ଔଷଧ ବଣ୍ଟନ କରିଛି।
ଟିମ୍ ପକ୍ଷରୁ ଗ୍ରାମବାସୀଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ରୋଗ ପ୍ରତିରୋଧ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏଭଳି ସ୍ୱାସ୍ଥ୍ୟସେବା କାର୍ଯ୍ୟ ଜାରି ରହିଛି ଭଦ୍ରକ ଜିଲ୍ଳାରୁ ଶୁଭ୍ରଜିତ ପାଲଙ୍କ ରିପୋର୍ଟ l

