Type Here to Get Search Results !

ଫେଜ ତୈୟବ ଏନଟିପିସିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ

 


ଏନଟିପିସି ଦର୍ଲିପାଳି ପ୍ରକଳ୍ପର ପ୍ରକଳ୍ପ ପ୍ରମୁଖ ଫେଜ ତୈୟବଙ୍କୁ ଏନଟିପିସି ଲିମିଟେଡ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ (ଇଡି) ପଦବୀକୁ ପଦୋନ୍ନତି ଦିଆଯାଇଛି। ସେ ଗତ ୮ ଜୁନରେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।

୧୯୯୦ ମସିହାରେ ଏନଟିପିସି ସହ ନିଜ କର୍ମଜୀବନ ଆରମ୍ଭ କରିଥିବା ଫେଜ ତୈୟବ ଶକ୍ତି ଉତ୍ପାଦନ, ପ୍ରକଳ୍ପ ପରିଚାଳନା ଓ ପରିଚାଳନ କ୍ଷେତ୍ରରେ ତିନି ଦଶକରୁ ଅଧିକ ଅଭିଜ୍ଞତା ରଖିଛନ୍ତି। ତାଙ୍କ ଦକ୍ଷ ନେତୃତ୍ୱ, ବୈଷୟିକ ପାରଦର୍ଶିତା ଓ ବିସ୍ତୃତ ଅନୁଭବକୁ ଦୃଷ୍ଟିରେ ରଖି ଏହି ପଦୋନ୍ନତିକୁ ଏନଟିପିସି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ମନେ କରାଯାଉଛି।

ବିହାରର ମୂଳ ବାସିନ୍ଦା ତୈୟବ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ବି.ଏସ୍‌.ସି. (ଇଞ୍ଜିନିୟରିଂ) ଡିଗ୍ରୀ ହାସଲ କରିଛନ୍ତି। କର୍ମଜୀବନରେ ସେ ଅପରେସନ, କୋଇଲା ଖନନ, ଭୂମି ଅଧିଗ୍ରହଣ, ଅନୁରକ୍ଷଣ ଓ ପ୍ରକଳ୍ପ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.