Type Here to Get Search Results !

ଗୋ ମାଫିଆ ଶେଖ୍ ରାଜନ୍‌ଙ୍କ ଘରେ ପୋଲିସ ଚଢ଼ାଉ

 


କେନ୍ଦୁଝର/ଭଦ୍ରକ :- 

ଓଡ଼ିଶାର ସବୁଠାରୁ ବଡ଼ ଗୋମାଫିଆ ଭାବେ ପରିଚିତ ଶେଖ୍ ରାଜନ୍‌ଙ୍କ ଘରେ ପୋଲିସ ବଡ଼ ପରିମାଣରେ ଚଢ଼ାଉ କରିଛି। କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ପୋଲିସଙ୍କ ସଂଯୁକ୍ତ ଟିମ୍‌ ଦ୍ୱାରା ଏହି ଚଢ଼ାଉ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଚଢ଼ାଉ ସମୟରେ ଶେଖ୍ ରାଜନ୍‌ଙ୍କ ଘରୁ ପ୍ରାୟ ୭୦ ଲକ୍ଷ ଟଙ୍କା ନଗଦ ଟଙ୍କା ସହିତ ବହୁ ପରିମାଣର ସୁନା ଗହଣା ଜବତ କରାଯାଇଛି।

ପୋଲିସ ମତାନୁସାରେ, ଏହି ଟଙ୍କା ଓ ଗହଣା ଅବୈଧ ଗୋ ବ୍ୟବସାୟ ସହ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଶେଖ୍ ରାଜନ୍‌କୁ ପୋଲିସ ଥାନାରେ ରଖି  ପଚାରାଉଚାରା କରାଯାଉଛି। ଗୋ ଚୋରାଚାଲାନ, ଆର୍ଥିକ ଲେନଦେନ ଓ ଅନ୍ୟାନ୍ୟ ସଂପୃକ୍ତ ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି। ପୋଲିସ ଆଗାମୀ ଦିନରେ ଆଉ ଗୁରୁତ୍ୱପୂର୍ଣ୍ଣ ଖୋଲାସା ହେବାର ସୂଚନା ଦେଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.