Type Here to Get Search Results !

‘ନାଆମି’ ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ


ଭଦ୍ରକ :-

ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ୍ତ କ୍ୟାଲେଣ୍ଡର ଅନୁସାରେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ‘ନାଆମି’ ମହାବିଦ୍ୟାଳୟ, ମଞ୍ଜୁରିରୋଡ଼, ଭଣ୍ଡାରିପୋଖରୀ, ଭଦ୍ରକ ଠାରେ ମାନ୍ୟବର ସର୍ବୋଚ୍ଚତମ ନ୍ୟାୟଳୟଙ୍କର ନ୍ୟାୟ ବିଚାର କୁତ୍ରିମ ଜ୍ଞାନ କୌଶଳ ଏବଂ ବିଚାର ହେଉଥିବା ମାମଲା ଗୁଡ଼ିକର ଆଞ୍ଚଳିକ ଭାଷା ମାଧ୍ୟମରେ ଲୋକମାନଙ୍କ ପାଖରେ କିପରି ସହଜରେ ପହଞ୍ଚି ପାରିବ ଏବଂ ଓଡ଼ିଶା ଉଚ୍ଚନ୍ୟାୟଳୟଙ୍କର ଆଇନ୍‌, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ୍‌, ସିଭିଲ୍ ଓ ଫୌଜଦାରୀ ଆଇନ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ପୂଣ୍ୟ ଶ୍ଳୋକରଥ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିଜବକ୍ତବ୍ୟରେ କହିଥିଲେ ଯେ ମଧ୍ୟସ୍ଥତା ହେଉଛି ଏପରି ଏକ ପ୍ରକ୍ରିୟା ଯାହାଦ୍ୱାରା ବହୁତ୍ ଅହସହାୟ ଲୋକ ସୁବିଧାରେ ଓ ସହଜରେ ସେମାନଙ୍କର ମାମଲାର ସମାଧାନ କରିପାରିବେ ତଥା ଆସନ୍ତା ୧୩ ତାରିଖ ଦ୍ୱିତୀୟ ଶନିବାର ଦିନ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ନିମିତ୍ତ ଗରିବ ତଥା ନିଷ୍ପେସିତ ଲୋକମାନେ ସେମାନଙ୍କର ବହୁବର୍ଷ ଧରି ଚାଲିଥିବା ମାମାଲା ଗୁଡ଼ିକର ଶୀଘ୍ର ବିଚାର ପାଇଁ ଏହି ଲୋକ ଅଦାଲତରେ ସୁଯୋଗର ସଦ୍ ଉପଯୋଗ କରନ୍ତୁ। ଅତିଥି ମାନଙ୍କ ମଧ୍ୟରେ ସହାୟକ ଏଲ୍‌.ଏ.ଡିସ୍‌.ଏସ୍‌. ଡଃ ତାପସ କୁମାର ମହାନ୍ତି, ନ୍ୟାୟ ରକ୍ଷକ, ଭଦ୍ରକ, ଶ୍ରୀ ତ୍ରିଲୋଚନ ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଧାମନଗର, ଭଦ୍ରକ, ଡଃ ସୁକାନ୍ତ ଚନ୍ଦ୍ର ସ୍ୱାଇଁ, ଅଧ୍ୟକ୍ଷ, ଡଃ ଅଜୟ କୁମାର ପ୍ରଧାନ, ଡଃ ଆଶୋକ କୁମାର ଦାସ ପ୍ରମୁଖ ଅଧ୍ୟାପକ ତଥା ଅଧ୍ୟାପିକା ନାଆମି, ମହାବିଦ୍ୟାଳୟ, ଭଦ୍ରକ ତଥା ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରଟିକୁ ସଫଳ ରୂପାୟନ ଦେଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀଗଣ ଏହି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.