Type Here to Get Search Results !

ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ


ଝାରସୁଗୁଡା :-

ଝାରସୁଗୁଡ଼ା ଠାରେ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ ସର୍ଭିସ ତରଫରୁ ଆରବିଆଇ ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହଯୋଗରେ 'ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆର୍ଥିକ କ୍ଷେତ୍ରରେ ଦାବି କରାଯାଉ ନଥିବା ସଞ୍ଚିତ ଧନ ଓ ଶୀଘ୍ର ବିନିଯୋଗକୁ ସହଜ ଓ ସରଳ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆରବିଆଇର ଏଲ. ଡି.ଓ ସୁଶ୍ରୀ ଅନେଟ ଶ୍ରଦ୍ଧା ଟପ୍ପୋ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କ୍ଷେତ୍ରୀୟ କାର୍ଯ୍ୟାଳୟ ମୁଖ୍ୟ ପ୍ରବନ୍ଧକ ଅରୁଣ କୁମାର ହୋତା ଏବଂ ଏଲ୍ ଆଇ ସି ଶାଖା ପରିଚାଳକଙ୍କ ଉଦୟ ବାଗଙ୍କ ସମେତ ସମସ୍ତ ବ୍ୟାଙ୍କ ଅଧିକାରୀ, ଗ୍ରାହକ ଓ ହିତାଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ । ଷ୍ଟେଟ ବାଙ୍କ ଅଫ ଇଣ୍ଡିଆର ଏଲ. ଡି.ଏମ . ଶିରପାଣି ନାଏକ ଓ ଆରସେଟି ନିର୍ଦ୍ଦେଶକ ରାଜକୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I 

 କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓ ଆର.ବି.ଆଇ. ନିୟମାବଳୀ ଅନୁସାରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଡି ରହିଥିବା ବ୍ୟାଙ୍କ ଆକାଉଣ୍ଟକୁ ଚାଲୁ ରଖିବା ପାଇଁ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି ।

ଏହିସବୁ ବ୍ୟାଙ୍କ ଖାତା ପୁଣି ଥରେ ଆରମ୍ଭ ହେଲେ ହିତାଧିକାରୀ ନିଜ ନିଜର ପୁରୁଣା ବ୍ୟାଙ୍କ ଖାତାରେ ପଡିରହିଥିବା ଟଙ୍କା ଫେରସ୍ତ ପାଇବେ । ସେହି ଆକାଉଣ୍ଟରେ ଜମା ଓ ଟଙ୍କା ଉଠାଣ କରିପାରିବେ । ଏହା ଦ୍ୱାରା ସେମାନେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଲାଭ କରିପାରିବେ । ଏହି କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ା ଜିଲ୍ଲାରେ ୩୧ କୋଟି ୬୪ ଲକ୍ଷ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ଏଣୁ ସମସ୍ତେ ନିଜ ନିଜର ପୁରୁଣା ଖାତାକୁ ପୁଣି ଥରେ ଖୋଲି କାର୍ଯ୍ୟକ୍ଷମ କରି ଜମା ରାଶି ପ୍ରାପ୍ତ କରିବା ପାଇଁ ବୈଠକରେ ସଚେତନତା ସୃଷ୍ଟି କରାଯାଇଥିଲା ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.