Type Here to Get Search Results !

କୋଲାବିରା ବ୍ଲକ ରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର


ଝାରସୁଗୁଡା :

କୋଲାବିରା ବ୍ଲକ କାର୍ଯ୍ୟାଳୟ ସ୍ଥିତ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସବ୍ୟସାଚୀ ପଣ୍ଡା, ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର, ଭା.ପୋ.ସେ., ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵ ରଞ୍ଜନ ନାୟକ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। 

ଶିବିରରେ ମୋଟ ୩୫ଗୋଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୫ଟି ସାମୂହିକ ଓ ୨୦ଟି ବ୍ୟକ୍ତିଗତ। ଶିବିରରେ ରଘୁନାଥପାଲି ଜମି ବିବାଦ ସମ୍ପର୍କରେ, ଖତିଆପଡାରେ ମଦ ଭାଟି ବନ୍ଦ କରିବା ସମ୍ବନ୍ଧେ, ସାହାଯବାହାଲ ବନ୍ଧର ପାଣିକୁ ପାଇପ ଯୋଗେ ନିଷ୍କାସନ କରାଇ, ନିଜସ୍ୱ ଚାଷ ଜମିରେ ବ୍ୟବହାର କରୁଥିବା ସମ୍ବନ୍ଧରେ ଅଭିଯୋଗ, ରେଙ୍ଗାଲିପାଲିରେ କଂକ୍ରିଟ ରାସ୍ତା ନିର୍ମାଣ ସମ୍ବନ୍ଧେ, ରେଙ୍ଗାଲିପାଲିରେ ସ୍ବେଛାସେବୀ ଯୁବକ ସଂଘ ପାଇଁ ଏକ ସ୍ଥାୟୀ ସଭାଗୃହ ନିର୍ମାଣ ନିମନ୍ତେ, ରେଙ୍ଗାଲିପାଲିରେ- ମହାଲଷ୍ମୀ ପୂଜା ପାଇଁ ଏକ ପୂଜା ମଣ୍ଡପ ନିର୍ମାଣ ନିମନ୍ତେ, ପତ୍ରାପାଲିରେ ଅଙ୍ଗନୱାଡି କେନ୍ଦ୍ର ସଂଖ୍ୟା ବଢ଼ାଇବା ସମ୍ବନ୍ଧେ, ପତ୍ରାପାଲିରେ ସୁଭଦ୍ରା ଯୋଜନାରେ ନାମ ଖାରଜ ହୋଇଥିବା ସମ୍ବନ୍ଧେ, ଭେଜିକୁଦ ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ଓ ଶ୍ରେଣୀ ଗୃହ ନିର୍ମାଣ ସମ୍ବନ୍ଧେ, ସାଲ୍ହେପାଲିରେ ଖେଳପଡିଆ ଚିହ୍ନଟ ଓ ଉନ୍ନତିକରଣ, ତରେଇକେଲା ଛକରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ ସମ୍ବନ୍ଧରେ, ଝିର୍ଲାପାଲି ସରକାରୀ ଜମିରୁ ଜବରଦଖଲକାରୀ ଉଚ୍ଛେଦ କରିବା, ସାଲ୍ହେପାଲିରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ନିମନ୍ତେ, ଅମନାପାଲିରେ ୧୧୦୦୦ କେ.ଭି ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତରିତ କରିବା ନିମନ୍ତେ, ହଂ.କଟାପାଲିରେ ବାଲି ମାଫିଆଙ୍କ ସହ ପୋଲିସ ସମ୍ପର୍କ ଓ ଗ୍ରାମବାସୀଙ୍କ ଉପରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କିତ ବିଭିନ୍ନ ସାମୂହିକ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା। ସେହିପରି ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ମଧ୍ୟ ଶୁଣାଣି କରାଯାଇଥିଲା। ସମ୍ପୃକ୍ତ ଅଧିକାରୀମାନଙ୍କୁ ତର୍ଜମା ପୂର୍ବକ ଅଭିଯୋଗ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଚିକିତ୍ସା ସହାୟତା ବାବଦକୁ ଜଣେ ଆବେଦନକାରୀଙ୍କୁ ରେଡ୍‌କ୍ରସ୍ ପାଣ୍ଠିରୁ ୨୦,୦୦୦/- (କୋଡ଼ିଏ ହଜାର ଟଙ୍କା) ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.