Type Here to Get Search Results !

ରାଜ୍ୟର ୭ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ


ଭୁବନେଶ୍ୱର :-

ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁନର୍ବାର ଆବହାର ପରିବର୍ତ୍ତନ ଦେଖାଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ, ରାୟଗଡ଼ା, କଟକ, ପୁରୀ, ବଲାଙ୍ଗୀର, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ୩୦-୪୦ କି.ମି. ପ୍ରତି ଘଣ୍ଟା ବେଗର ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ସେପଟେ ଆସନ୍ତାକାଲି ପାଇଁ ମଧ୍ୟ ବହୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ସହ ଝଡ଼-ତୋଫାନ ଓ ଘଡ଼ଘଡ଼ି ହେବା ଆଶଙ୍କା ରହିଛି।

ଅକ୍ଟୋବର ୭ ଓ ୮ ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବା ନେଇ ସତର୍କ ସୂଚନା ଜାରି ହୋଇଛି। ତେବେ, ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଆବହା ଅବସ୍ଥାରେ ବଡ଼ ପରିବର୍ତ୍ତନ ହେବା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି।

ପାଣିପାଗ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରିଛି — ବିଶେଷକରି ବିଦ୍ୟୁତ ଘଡ଼ଘଡ଼ି ସମୟରେ ଖୋଲା ଜାଗାରେ ନ ରହିବାକୁ

Post a Comment

0 Comments
* Please Don't Spam Here. All the Comments are Reviewed by Admin.