Type Here to Get Search Results !

ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ମୋଦି କାର୍ଯ୍ୟକ୍ରମ !


ଭୁବନେଶ୍ୱର :-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଗଞ୍ଜାମ ଗସ୍ତରେ ବଡ଼ ପରିବର୍ତ୍ତନ ଆଣାଯାଇଛି। ପୂର୍ବରୁ ଘୋଷିତ ବ୍ରହ୍ମପୁର ଯାତ୍ରା ବାତିଲ୍ ହୋଇଥିବା ବେଳେ, ବର୍ଷାର ସମ୍ଭାବନା ଦୃଷ୍ଟିରେ ନୂଆ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।

ଗୋଟିଏ ସୂଚନା ଅନୁସାରେ, ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାରେ ଆୟୋଜିତ ‘ସେବା ପର୍ବ’ କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି।

ଏଥିପାଇଁ ପୂର୍ବରୁ ୨୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଞ୍ଜାମ ଗସ୍ତରେ ବ୍ରହ୍ମପୁରରେ ବଡ଼ ପ୍ରସ୍ତୁତି ହୋଇଥିଲା। କିନ୍ତୁ ପରିସ୍ଥିତି ଓ ପାଣିପାଗ ଅନୁମାନକୁ ମଧ୍ୟନଜରରେ ରଖି ଶେଷମୁହୂର୍ତ୍ତରେ କାର୍ଯ୍ୟସୂଚୀ ପରିବର୍ତ୍ତିତ ହୋଇଛି।

ସମ୍ପ୍ରତି, ଝାରସୁଗୁଡ଼ାରେ କାର୍ଯ୍ୟକ୍ରମ ହେବାକୁ ପାରେ ବୋଲି ରାଜ୍ୟ ଭାରତୀୟ ଜନତା ପାର୍ଟି (BJP)  ସୂଚନା ଦେଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.