Type Here to Get Search Results !

ନଗର ଉନ୍ନୟନ ମନ୍ତ୍ରୀ ଙ୍କ ଝାରସୁଗୁଡ଼ା ଗସ୍ତ, ୧୭ କୋଟି ରୁ ଉର୍ଦ୍ଧ ଟଙ୍କା ର ପ୍ରକଳ୍ପ ର କଲେ ଶିଳାନ୍ୟାସ

 


ଝାରସୁଗୁଡ଼ା :-

ଦୁଇ ଦିନିଆ ଝାରସୁଗୁଡ଼ା ଗସ୍ତ ରେ ନଗର ଉନୟନ ମନ୍ତ୍ରୀ ଆସି ଆଜି ମାରାଥନ ଶିଳାନ୍ୟାସ କରିଛନ୍ତି।ପାଖାପାଖି 17 କୋଟି ରୁ ଉର୍ଦ୍ଧ ଟଙ୍କା ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।ଆଜି ପ୍ରଥମେ ଝାଡେଶ୍ୱର୍ ମନ୍ଦିର ସୁନ୍ଦରୀ କରଣ ପ୍ରକଳ୍ପ ପାଇଁ 2 କୋଟି , ଝାଡେଶ୍ୱର୍ ମନ୍ଦିର ଯାତ୍ରୀ ଆଶ୍ରୟ ସ୍ଥଳୀ ପାଇଁ କୋଡିଏ ଲକ୍ଷ୍ୟ, ଝାଡେଶ୍ୱର୍ ମନ୍ଦିର ପୋଖରୀ ସୁନ୍ଦରୀ କରଣ ପାଇଁ 20 ଲକ୍ଷ୍ୟ, ହଟଲିପଡ଼ା ମାର୍କେଟ କମ୍ପ୍ଲେକ୍ସ ପାଇଁ 4 କୋଟି ଟଙ୍କା, ସରବାହାଲ ସ୍କୁଲ ୱାକିଙ୍ଗ ଟ୍ରାକ ପାଇଁ 40 ଲକ୍ଷ୍ୟ,ସୁନାରି ମୁଣ୍ଡା ଆମିଷ ହାଟ ପାଇଁ 80 ଲକ୍ଷ୍ୟ ଟଙ୍କା,ବି ଟି ଏମ ରେ ନିର୍ମାଣ ହେବାକୁ ଥିବା ନୂତନ ପୌର ପରିଷଦ କାର୍ଯ୍ୟଳୟ ପାଇଁ ୫ କୋଟି ଟଙ୍କା,ଝାରସୁଗୁଡ଼ା ଏସ ପି ଅପିସ ଛକ ରୁ ବନ୍ଧର ପଡ଼ା ରାସ୍ତା ଆଲୋକି କରଣ ପାଇଁ 42 ଲକ୍ଷ୍ୟ ଟଙ୍କା ଓ ମାଲି ମୁଣ୍ଡା ରେ ନିର୍ମାଣ ହେବାକୁ ଥିବା ଗୋସଲା ପାଇଁ 4 କୋଟି ଟଙ୍କା ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଝାରସୁଗୁଡ଼ା ର ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଝାରସୁଗୁଡ଼ା ବିକାଶ ହେବା ସହ ଆଗାମୀ ଦିନରେ ଝାରସୁଗୁଡ଼ା ସହର ର କଲେବର ବୃଦ୍ଧି ହେବ।ଏହାକୁ ଆଖି ଆଗରେ ରଖି ଝାରସୁଗୁଡ଼ା ର ନୂତନ ପୌର କାର୍ଯ୍ୟାଳୟ ର ନିର୍ମାଣ ହେବାକୁ ଯାଉଛି।ତାହା ସହିତ ଯେଉଁ ଯେଉଁ ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଛି ତାହା ଆଗାମୀ ଦିନ ମାନଙ୍କ ରେ ଲୋକ ଙ୍କ ବହୁତ୍ ଉପଯୋଗୀ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।ତାହା ସହିତ ଲୋକଙ୍କ ଆଶା ଅଛି ଝାରସୁଗୁଡ଼ା କୁ ମହାନଗର ନିଗମ ଭାବେ ଗଢି ତୋଳିବା ପାଇଁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଯଦି ଝାରସୁଗୁଡ଼ା ପୌର ପରିଷଦ କର୍ପୋରେସନ ହେବା ମାନଦଣ୍ଡ ରେ ଆସେ ତେବେ ଝାରସୁଗୁଡ଼ା କୁ ଆଗାମୀ ଦିନରେ କର୍ପୋରେସନ କରାଯିବ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ଅନ୍ୟପଟେ ଝାରସୁଗୁଡ଼ା ସହର କୁ ଗୋଟିଏ ସବୁଜ ସୁନ୍ଦର ସହର କରିବା ପାଇଁ ଝାରସୁଗୁଡ଼ା ସହର ର ଲୋକଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଗୋଟିଏ ଛୋଟ ଚେଷ୍ଟା ଆରମ୍ଭ ହୋଇଛି।ମାନ୍ୟବର ମନ୍ତ୍ରୀ ଙ୍କ କରକମଲରେ ୧୦ ଗୋଟି ପ୍ରକଳ୍ପ ପାଖାପାଖି ୧୭ କୋଟି ରୁ ଉର୍ଦ୍ଧ କୋଟି ଟଙ୍କା ବ୍ୟୟ ରେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଛି।ଏହି ସବୁ ପ୍ରକଳ୍ପ ର କାମ ମଧ୍ୟ ବହୁ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।ଝାରସୁଗୁଡ଼ା କୁ ଭାରତ ବର୍ଷ ର ସର୍ବଶ୍ରେଷ୍ଠ ଜିଲ୍ଲା ଓ ଝାରସୁଗୁଡ଼ା କୁ ଗୋଟିଏ ସର୍ବଶ୍ରେଷ୍ଠ ସହର କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ ବୋଲି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି।ତାହା ସହିତ ଝାରସୁଗୁଡ଼ା ସହର ର ବିକାଶ ପାଇଁ ଯାହା ଯାହା ଅର୍ଥ ଆବଶ୍ୟକତା ରହିବ ମନ୍ତ୍ରୀ ଯୋଗାଇ ଦେବେ ବୋଲି କହିଛନ୍ତି।ଆଜିର ବିଭିନ୍ନ କାର୍ଯ୍ୟକ୍ରମ ରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ,ଝାରସୁଗୁଡ଼ା ପୌର ପରିଷଦ ପୌର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ,ଝାରସୁଗୁଡ଼ା ନଗରପାଳ ରାଣୀ ହାତୀ,ଉପ ନଗରପାଳ ବେଣୁ ଗୋପାଳ ପାଣିଗ୍ରାହୀ ,ବିମଳେନ୍ଦୁ ଭୋଳ,ସୋନୁ ଥିରାନି, ସନ୍ତୋଷ ଯାଦବ,ରବି ହୋତା,ବିରେନ୍ଦ୍ର ପାଣ୍ଡେ, ବଵଲୁ ସିଂ,ହେମ ରଞ୍ଜନ ସିଂ,ଅରବିନ୍ଦ ପାଠକ,ସୁନିଲ ପଣ୍ଡା,ରଘୁ ରାମ ପାଲ ଙ୍କ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ।

Post a Comment

1 Comments
* Please Don't Spam Here. All the Comments are Reviewed by Admin.