Type Here to Get Search Results !

ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ହେଲ୍ପ ଲାଇନ ଘଣ୍ଟପଡା ପକ୍ଷରୁ ମା ଙ୍କ ନାମରେ ଗଛଟିଏ ପ୍ରଦାନ

 


ତାଳଚେର :- 

ତାଳଚେର ବ୍ଲକ ହେଲ୍ପ ଲାଇନ ଘଣ୍ଟପଡ଼ା ପକ୍ଷରୁ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ମା ଙ୍କ ନାମରେ ଗଛଟିଏ ପ୍ରଦାନ କରାଯାଇଛି । ହେଲ୍ପ ଲାଇନ ର ପ୍ରତିଷ୍ଠାତା ମାଳତୀ ସାହୁ ଓ ସମାଜସେବୀ କ୍ଷୀରୋଦ ସାହୁଙ୍କ ଦ୍ଵାରା ସଚେତନତା ର ବାର୍ତ୍ତା ନେଇ ନିଆରା ଢଙ୍ଗରେ ପ୍ରଥମେ ହାଣ୍ଡିଧୁଆ ଠାରେ ଥିବା ଦାନ୍ତ ଡାକ୍ତର ଅନିତା ସାହୁଙ୍କୁ ଗଛଟିଏ ଦେଇ ଶୁଭାରମ୍ଭ କରି ୨୫ଟି ବିବାହ ଭୋଜି ଉତ୍ସବରେ ନବ ଦମ୍ପତିଙ୍କ ସହିତ ପରିବାରକୁ ନଡିଆ, ଡାଳିମ୍ବ, ଆମ୍ବ, ଲେମ୍ବୁ, ବିଭିନ୍ନ ଔଷଧୀୟ ବୃକ୍ଷ ସମେତ ଗଙ୍ଗ ଶିଉଳି ପ୍ରଦାନ କରାଯାଇ ଗଛକୁ ବଢ଼େଇବା ଓ କିପରି ଯତ୍ନ ନେବା ସେ ବିଷୟରେ କହି ସଚେତନା କରିଥଲେ l ଆଗାମୀ ଦିନରେ ଗୃହ ପ୍ରବେଶ, ଏକୋଇଶିଆ, ଜନ୍ମ ଦିନ, ଵିଵାହ ବାର୍ଷିକ, ଶୁଦ୍ଧି କ୍ରିୟା, ପ୍ରଥମ ଶ୍ରାଦ୍ଧ ବାର୍ଷିକ ଇତ୍ୟାଦିରେ ଗଛ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ସାହୁ କହିଛନ୍ତି l

Post a Comment

0 Comments
* Please Don't Spam Here. All the Comments are Reviewed by Admin.