Type Here to Get Search Results !

ଏନଟିପିସି ଦର୍ଲିପାଲିରେ ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ

 


ସୁନ୍ଦରଗଡ : -

ଏନଟିପିସି ଦର୍ଲିପାଲିରେ ଦ୍ୱାଦଶ ପ୍ରତିଷ୍ଠା ଦିବସକୁ ବହୁତ ଉତ୍ସାହର ସହିତ ପାଳନ କରିଛି। ଏନଟିପିସି ଦର୍ଲିପାଲିର ୟୁନିଟ୍-୧ ଏପ୍ରିଲ ୪ ତାରିଖ ୨୦୧୯ ମସିହାରେ ସିଙ୍କ୍ରୋନାଇଜେସନ୍ ହୋଇଥିଲା ଏବଂ ୦୧ ମାର୍ଚ୍ଚ ୨୦୨୦ରେ ବାଣିଜ୍ୟିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ୟୁନିଟ୍-୨ ମାର୍ଚ୍ଚ ୨୩ ତାରିଖ ୨୦୨୧ମସିହାରେ ସିଙ୍କ୍ରୋନାଇଜେସନ୍ ହୋଇଥିଲା ଏବଂ ୧ ସେପ୍ଟେମ୍ବର ୨୦୨୧ରେ ବାଣିଜ୍ୟିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଫେବୃଆରୀ ୨୦୨୪ ରେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଆଜି ଏନଟିପିସି ଦର୍ଲିପାଲିର ମୋଟ ସ୍ଥାପିତ କ୍ଷମତା ୧୬୦୦ମେଗା ୱାଟ୍ ଅଟେ।

ପ୍ରକଳ୍ପ ମୁଖ୍ୟ ଶ୍ରୀ ରାମ ଭଜନ ମଲିକଙ୍କ ଦ୍ୱାରା ପ୍ରଶାସନିକ ଭବନରେ ଏନଟିପିସି ପତାକା ଉତ୍ତୋଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମାବେଶକୁ ସମ୍ବୋଧିତ କରିବା ସମୟରେ, ସେ ଗତ ଏକ ବର୍ଷ ମଧ୍ୟରେ ଏନଟିପିସି ଦର୍ଲିପାଲିର କାର୍ଯ୍ୟକ୍ଷମ ସଫଳତା, ପାଉଁଶ ବ୍ୟବହାରରେ ଅଗ୍ରଗତି ଏବଂ ସିଏସଆର ଯୋଗଦାନ ବିଷୟରେ ବାଣ୍ଟିଥିଲେ। ଶ୍ରୀ ମଲିକ କର୍ମଚାରୀମାନଙ୍କୁ ସ୍ଥାୟୀ ଅଭିବୃଦ୍ଧି ପାଇଁ ସଂଗଠନ ପ୍ରତି ଉତ୍କର୍ଷତା ଏବଂ ସମର୍ପଣ ପାଇଁ ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ, ୪ ଜଣ କାର୍ଯ୍ୟନିର୍ବାହୀ ଙ୍କୁ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟ ପାଇଁ 'ପାୱାର ଏକ୍ସେଲ୍ ପୁରସ୍କାର' ପ୍ରଦାନ କରାଯାଇଥିଲା, ପରେ ସିଭିଲ୍ ଏବଂ ଉଦ୍ୟାନ କୃଷିର ୩୨ ଜଣ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଦର୍ଲିପାଲିର ଦ୍ୱାଦଶ ପ୍ରତିଷ୍ଠା ଦିବସ ସକାଳ ୬:୦୦ ଟାରେ ପ୍ରଭାତ ଫେରି ଆରମ୍ଭ ହୋଇଥିଲା, ତା'ପରେ ପ୍ରଶାସନିକ ଭବନରେ କେକ୍ କାଟି ଉତ୍ସବ ପାଳନ କରାଯାଇଥିଲା। ଏହି ସମୟରେ ମହାପ୍ରବନ୍ଧକ ଶ୍ରୀ ହରେ ରାମ ସିଂହ, ସମସ୍ତ ବିଭାଗ ମୁଖ୍ୟ, ବରିଷ୍ଠ ଅଧିକାରୀ, ବିଭିନ୍ନ ସଂଘର ପ୍ରତିନିଧି ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.