Type Here to Get Search Results !

ପିପିଲି ସହକାରୀ ଦୌରା ଜଜଙ୍କ ଦ୍ଵାରା ୪ ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ଆଦେଶ


ପିପିଲି :-

ଏକ ମରଣାନ୍ତକ ଆକ୍ରମଣ ମାମଲାରେ ସୋମବାର ଦିନ ବିଚାରକରାଯାଇ ୪ ଜଣ ଅଭିଯୁକ୍ତଙ୍କୁ ପିପିଲି ସହକାରୀ ଦୌରାଜଜ ବିଶେଷ କୁମାର ସାହୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ପିପିଲି ଥାନା ଅଧୀନ ସାତଶଙ୍ଖ ଫାଣ୍ଡି ଅଞ୍ଚଳ ସୁବଳପୁର ସାଧନାପିଠର ବଳଭଦ୍ର ପ୍ରଧାନଙ୍କ ପୁଅ ଅଶୋକ ପ୍ରଧାନ. ରାମଚନ୍ଦ୍ର ବିଶ୍ଵାଳଙ୍କ ପୁଅ ଅଜୟ ବିଶ୍ଵାଳ,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ପୁଅ ସୁରେନ୍ଦ୍ର ପ୍ରଧାନ, କରୁଣାକର ପଟ୍ଟନାୟକଙ୍କ ପୁଅ କାଳୁ ପଟ୍ଟନାୟକ ବୋଲି ଜାଣିବାକୁ ମିଳିଅଛି। ସୂଚନା ଅନୁଯାଇ ଜଣା ଯାଇଅଛି ଯେ ସୁବଳପୁର (ମଠସାହି )ର ଶିବପ୍ରସାଦ ମୁଦୁଲିଙ୍କ ବାପା ଗାଁ ମୁଣ୍ଡରେ ଏକ ପାନଖିଲ ଦୋକାନ କରି ଅଛନ୍ତି ,ସେହି ଦୋକାନକୁ ଶିବପ୍ରସାଦଙ୍କ ବାପା ଉଦୟନାଥ ମୁଦୁଲି ଚଳାଉ ଥାନ୍ତି। ୨୦୧୦ ମସିହା ଅଗଷ୍ଟ ମାସ ୨୪ ତାରିଖ ଦିନ ଅପରାହ୍ନ ୨ ଘଟିକା ସମୟରେ ଦୋକାନ ଦୁଆର ଠାରେ ଉଦ୍ୟନାଥ ସୋଇଥିବା ବେଳେ ସେହି ସମୟରେ ୪ ଜଣ ଅଭିଯୁକ୍ତ ବାକିରେ ସଫଳ (ଗୁଟୁଖା) ମାଗିଥିଲେ। ଉଦ୍ୟନାଥ ବାକି ଦେବା ପାଇଁ ମନା କରିଥିଲେ। ଯାହାକି ଅଭିଯୁକ୍ତ ମାନେ ବିଭିନ୍ନ ପ୍ରକାର ଗାଳି ଦେବା ସହିତ ଦୋକାନ ନକରିବା ପାଇଁ ଧମକ ଦେଇ ପଳାଇ ଯାଇଥିଲେ। କିଛି ସମୟ ପରେ ଅଭିଯୁକ୍ତ ମାନେ ପୂର୍ଣ୍ଣରବାର ଆସି ଗାଳି ଦେବା ସହିତ କାଠ ଫାଳିଆ ଧରି ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଦ୍ୟନାଥଙ୍କର ଡାହାଣ ଗୋଡ ସଂପୂର୍ଣ୍ଣ ଭାଙ୍ଗି ଯିବା ବେଳେ ପିଠି ହାଡ ଭାଙ୍ଗି ଯାଇଥିଲା ଏବଂ ଦାନ୍ତ ମାଡିରୁ ୪ ଗୋଟି ଦାନ୍ତ ଭାଙ୍ଗିଯିବା ବେଳେ ମୁହଁ ଫାଟି ରକ୍ତ ସ୍ରାବ ହୋଇଥିଲା। ଉଦ୍ୟନାଥ ମୁର୍ମୁଷ ଅବସ୍ଥାରେ ପଡି ଥିବା ବେଳେ ସ୍ଥାନୀୟ ଲୋକ ମାନେ ଚିକିଛା ପାଇଁ ସାକ୍ଷୀଗୋପାଳ ଡାକ୍ତର ଖାନା ନେଇ ଥିଲେ।  ସେଠାରେ ଚିକିସ୍ଛା ଧୀନ ଡାକ୍ତର ଗୁରୁତର ଅବସ୍ଥା ଦେଖି ପୁରୀ ପଠାଇଥିଲା। ଏହି ଘଟଣା ସମ୍ପର୍କରେ ସିବପ୍ରସାଦ ସାତଶଙ୍ଖ ଫାଣ୍ଡିରେ ଲିଖିତ ଯୋଗେ ଜଣାଇ ବାରେ ଏନେଇ ପିପିଲି ଥାନାରେ ପିପିଲି ଥାନା କେସ ନଂ ୧୬୨/୨୦୧୦ ଦଫା -୩୪୧,୨୯୪ ,୩୨୫ ,୩୦୭ ,୪୨୭ ,୫୦୬ ,୩୪ ରେ ମାମଲା ଆଗତ କରାଯାଇ ପୋଲିସ ୪ ଜଣକୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଏହି ମାମଲାରେ ପୋଲିସ ବିଧିବଦ୍ଧ ଭାବରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିବାରେ ମାନ୍ୟବର କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିର୍ତ୍ତିକରି ୫ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ କରି ଅଛନ୍ତି। ଯଦି ଜୋରିମାନା ପଇଠ ନକରନ୍ତି ତେବେ ଅଧିକ ୬ ମାଷ ଜେଲ ଦଣ୍ଡ ଭୋଗିବାକୁ ପଡିବ,ଦଫା ୩୨୫ରେ ଦଫା ୩୪୧ ରେ ୧ ମାସ କାରାଦଣ୍ଡ ସହିତ ୫୦୦ ଟଙ୍କା ଜୋରିମାନା ୫୦୦ ଟଙ୍କା ପଇଠ ନକନ୍ତି ତେବେ ୭ ଦିନ ଜେଲ ଦଣ୍ଡ,ଦଫା ୪୨୭ ରେ ୧ ବର୍ଷ ଜେଲ ଦଣ୍ଡ ସହିତ ଏକ ହଜାର ଟଙ୍କା ପଇଠ ନକରନ୍ତି ତେବେ ଏକ ମାସ ଜେଲ ଦଣ୍ଡ। ସେହି ଭଳି ୫୦୬ ରେ ୩ ବର୍ଷ କାରାଦଣ୍ଡ ସହିତ ୨ ହଜାର ଟଙ୍କା ଜୋରିମାନା। ଯଦି ୨ ହଜାର ପଇଠ ନକରନ୍ତି ତେବେ ୨ ମାଷ ଜେଲ ଦଣ୍ଡ ହୋଗିବାକୁ ପଡିବ ବୋଲି ଜାଣିବାକୁ ମିଳିଅଛି। ଏହି ମାମଲାକୁ ସହକାରୀ ଦୌରାଜଜ କୋର୍ଟର ଅତିରିକ୍ତ ପିପି ରବୀନ୍ଦ୍ରନାଥ ନାୟକ ,ସହଯୋଗୀ ପିପି ସୁଧୀର କୁମାର ମହାନ୍ତି ମୁଦେଇଙ୍କ ତରଫରୁ ମୋକଦମା ପରିଚାଳନା କରୁଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.