Type Here to Get Search Results !

ଅଶ୍ଳୀଳ ନୃତ୍ୟ ପଡିଲା ଭାରି, ଚୌକି ମାଡ଼ରେ ନିଶା ଆହତ

ଯାଜପୁର :-

ଯାଜପୁର ଜିଲ୍ଲା ରାଗଡି ରେ ଅଶ୍ଳୀଳ ନୃତ୍ୟ କରି ଚୌକି ମାଡ଼ ଖାଇଲେ ନିଶା ମହାରଣା। 

ଖବର ଅନୁସାରେ, କୋରେଇ ଥାନା ଅନ୍ତର୍ଗତ ରାଗଡି ଠାରେ ଏକ ଯାତ୍ରା ରେ ନିଶା ମହାରଣା ଆଇଟମ ନୃତ୍ୟ ପରିବେଷଣ କରୁଥିଲେ। ହଠାତ ଏହି ଅଶ୍ଳୀଳ ନୃତ୍ୟ କୁ ଦେଖି ଜଣେ ଦର୍ଶକ ନିଶା ଙ୍କ ଉପରକୁ ବସିଥିବା ଚୌକି ଫୋପାଡ଼ି ଆକ୍ରମଣ କରିଥିଲେ। ଏହାଦ୍ୱାରା ନିଶା ଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ମଝି ପ୍ରୋଗ୍ରାମ ଛାଡି ନିଶା ଷ୍ଟେଜ ଛାଡି ପଳେଇଥିଲେ। ବିବାଦରେ ଫସି ଆସୁଥିବା ନିଶା ଙ୍କ ଅଶ୍ଳୀଳ ନୃତ୍ୟ ପାଇଁ ଦର୍ଶକ ମାନେ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟଉଥିବା ପୂର୍ବରୁ ମଧ୍ୟ ନଜିର ରେ ଆସିଛି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.