Type Here to Get Search Results !

ଗୁଳି ବାଜି ବଲିଉଡ ଅଭିନେତା ଗୋବିନ୍ଦା ଆହତ

 


ମୁମ୍ବାଇ :-

ବଲିଉଡ ଇଣ୍ଡଷ୍ଟ୍ରି ର ଖ୍ୟାତିନାମା ଅଭିନେତା ଆଜି ଗୁଳି ବାଜି ଆହତ ହୋଇଥିବା ସୂଚନା ମିଳିଛି l ଆଜି ସକାଳେ ନିଜ ଲାଇସେନ୍ସ ବନ୍ଧୁକ କୁ ସଫା କରି ଆଲମିରା ରେ ରଖୁଥିବା ସମୟରେ ବନ୍ଧୁକ ଟି ହାତରୁ ଖସି ପଡି  ତଳେ ପଡିବ ସହ ଗୁଳି ଫୁଟି ଗୋବିନ୍ଦା ଙ୍କ ଗୋଡ଼ରେ ବାଜିଥିଲା l ଏଥିରେ ଗୋବିନ୍ଦା ଆହତ ହୋଇଥିବା ବେଳେ ତାଙ୍କୁ ପରିବାର ଲୋକେ ମୁମ୍ବାଇ ର ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରିଥିଲେ l ବର୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣ ପଡିଛି l

ଅନ୍ୟ ପଟେ ଏଘଟଣାକୁ ନେଇ ପୋଲିସ ଗୋବିନ୍ଦା ଙ୍କ ବନ୍ଧୁକ କୁ ଜବତ କରିବା ସହ ତଦନ୍ତ ଚଳାଇ ପରିବାର ଲୋକଙ୍କ ସହ ଗୋବିନ୍ଦଙ୍କ ମ୍ୟାନେଜର ଙ୍କୁ ପଚରାଉଚୁରା କରୁଥିବା ସୂଚନା ମିଳିଛି l ବ୍ୟୁରୋ ରିପୋର୍ଟ 



Post a Comment

0 Comments
* Please Don't Spam Here. All the Comments are Reviewed by Admin.