ଭୁବନେଶ୍ବର:-
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ୧ ଘଣ୍ଟା ୪୦ ମିନିଟ ଧରି ବିବୃତି ରଖିଛନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ସମୟ ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି।
ସାଧାରଣ ଅଭିଯୋଗ ଶୁଣାଣିର ବିକୃତ ବ୍ୟବସ୍ଥା ସୃଷ୍ଟି କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୋଲି ମୋହନ ଚରଣ ମାଝୀ କହିଛନ୍ତି।
ମୁଁ ପ୍ରତ୍ୟେକ ଦିନ ୧୨.୩୦ ମିନିଟରେ ଲୋକସେବା ଭଵନରୁ ଘରକୁ ଯାଉଛି। ରାତି ତିନିଟାରେ ମୁଁ ଶୋଇକି ସକାଳୁ ଉଠିବାରେ ସମସ୍ୟା ହେଉଛି। କିନ୍ତୁ ମୁଁ ଲୋକଙ୍କ ଦୁଃଖ ଶୁଣିବାରେ ଅତ୍ୟନ୍ତ ଖୁସି। ମୁଁ ବର୍ତ୍ତମାନ ସୁଦ୍ଧା ୫୬୦୦ ଅଭିଯୋଗ ଶୁଣିଛି। ୨୩ ପ୍ରତିଶତ ସମାଧାନ କରିଛି। ଆଗକୁ ଏହାକୁ ୫୦ ପ୍ରତିଶତରୁ ଅଧିକ କରାଯିବ।
ପ୍ରଥମ ଦିନ ଅଭିଯୋଗ ଶୁଣାଣି ଦିନ ଆମେ ମଧ୍ୟାହ୍ନ ଭୋଜନ ସନ୍ଧ୍ୟା ୫ଟା ରେ କରିଛୁ। ଯେଉଁ ସରକାରୀ ପଦବି ଖାଲି ପଡ଼ିଛି ତାକୁ ପୂରଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ। ୧ ଲକ୍ଷ ୩୨ ହଜାର ୩୬୫ ସରକାରୀ ପଦବି ଆଗାମୀ ଦିନରେ ପୂରଣ କରିବେ ଆମ ସରକାର। ବିଧାୟକ କଲୋନିରେ ବିଧାୟକଙ୍କ କ୍ୱାଟରର ଉନ୍ନତୀକରଣ ପାଇଁ ଲକ୍ଷେ ଟଙ୍କା ବଦଳରେ ୧୦ ଲକ୍ଷ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି।
ଆମ ସରକାର ସମୟରେ ୪୯ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠାବ କରିଛି ଭିଜିଲାନ୍ସ ବିଭାଗ। ପୂର୍ବ ସରକାର ସମୟରେ ଭିଜିଲାନ୍ସ ବିଭାଗ କେରାଣ୍ଡି ଧରୁଥିଲେ ଆମ ସରକାର ସମୟ ରେ ବାଳିଆ, ରୋହି ଓ ଭାକୁର ଧରୁଛନ୍ତି। ବିରୋଧୀ ଦଳ ନେତା ମଦ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୁଁ କହିବି ତାଙ୍କ ସରକାର ମଦକୁ ପ୍ରୋତ୍ସାହନ ଓ ପ୍ରଶୟ ଦେଇଥିଲେ। ବାଲେଶ୍ଵର ହିଂସାକୁ ଆମେ ସମ୍ପୂର୍ଣ୍ଣ ସଫଳତାର ସହ ସମାଧାନ କରିଛୁ। ଖୋର୍ଦ୍ଧା ଘଟଣାକୁ କହିବା ବଡ଼ ନିନ୍ଦନୀୟ କଥା। ଦୁଇ ପରିବାର କଳି କେବେ ହିଂସା ନୁହେଁ।